www.samajalive.in
Wednesday, December 10, 2025
26.1 C
Bhubaneswar

ହରଭଙ୍ଗା ବିଡିଓଙ୍କ ମେଡିକାଲ, ସ୍କୁଲ ଓ କଲେଜ ପରିଦର୍ଶନ

ହରଭଙ୍ଗା : ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ ଗୁରୁବାର ହରଭଙ୍ଗା ପ୍ରାଥମିକ ଚିକିତ୍ସାକେନ୍ଦ୍ର ପରିଦର୍ଶନ କରିଛନ୍ତି । ମେଡିକାଲ ପରିସରରେଥିବା ବିଭିନ୍ନ ଗୃହ ପରିଦର୍ଶନ କରିବା ସହିତ ବର୍ଷାଦିନେ ପାଣି ଗଳୁଥିବା ଗୃହର ମରାମତି କରିବା ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତିି ଦେଇଛନ୍ତି । ଏହା ସହିତ ହରଭଙ୍ଗା ୫-ଟି ହାଇସ୍କୁଲ, ଆଂଚଳିକ ପଂଚାୟତ କଲେଜ, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ରଗୁଡିକ ପରିଦର୍ଶନ କରି ଏହାର ନିର୍ମାଣ କାର୍ଯ୍ୟ ଦିଗରେ ସ୍କୁଲ, କଲେଜ କର୍ତ୍ତୃପକ୍ଷ, ସ୍ଥାନୀୟ ସରପଂଚ ଏବଂ ଉନ୍ନୟନ ପରିଷଦ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।

ବିଡିଓଙ୍କ ଗସ୍ତ ସମୟରେ ତାଙ୍କ ସହିତ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର, କନିଷ୍ଠ ଯନ୍ତ୍ରୀ ବିନୟ ତରିଆ, ହରଭଙ୍ଗା ସରପଂଚ ପ୍ରତିନିଧି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉ କି ହରଭଙ୍ଗାର ବିଭିନ୍ନ ସମସ୍ୟା ନେଇ ଆଂଚଳିକ ଉନ୍ନୟନ ପରିଷଦର ଏକ ପ୍ରତିନିଧିମଣ୍ଡଳୀ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ସମସ୍ୟା ଦିଗରେ ତାଙ୍କର ଦୃଷ୍ଟିଆକର୍ଷଣ କରିଥିଲେ। ମନ୍ତ୍ରୀ ମଧ୍ୟ ହରଭଙ୍ଗା ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହିତ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ପ୍ରତିଶ୍ରୁତି ଦେଇ ବିଡିଓଙ୍କୁ ସମସ୍ୟା ଗୁଡିକ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories