www.samajalive.in
Monday, December 15, 2025
24.1 C
Bhubaneswar

ଶିକ୍ଷକ ନେତା ଡମ୍ବରୁଧର ମୁଦୁଲିଙ୍କ ପରଲୋକ

ପିପିଲି : ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ ସହସଂପାଦକ ତଥା ବରିଷ୍ଠ ଶିକ୍ଷକନେତା ଡମ୍ବରୁଧର ମୁଦୁଲିଙ୍କ ୭୧ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ସମଗ୍ର ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିଜ ଘର ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ମୁଦୁଲିସାହି ଗ୍ରାମରେ ହୋଇଥିବା ବେଳେ ସହଜପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ, ସହଜପୁର ବେସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସହଜପୁର ହାଇସ୍କୁଲ, ଅର୍ଦ୍ଧ କପିଳେଶ୍ୱର ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ମୁଦୁଲିସାହି ମଙ୍ଗଳା ମନ୍ଦିର ଆଦି ପ୍ରତିଷ୍ଠାରେ ତାଙ୍କର ସକ୍ରିୟ ଅବଦାନ ଥିଲା । ୧୯୭୪ ମସିହାରୁ ସେ ସହଜପୁର ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତି ସମୟରେ କଣାସ ବ୍ଲକ ମନ୍ଦାରବସ୍ତ, ଡେଲାଙ୍ଗ ବ୍ଲକର ପ୍ରହରାଜପୁର, ଗୋଡିପୁଟ ମାଟିଆପଡା ପଞ୍ଚାୟତର ବରପଦା, ଖେଲାଉର ଓ ବ୍ରାହ୍ମଣତରବୋଇ ସ୍ଥିତ ବିଦ୍ୟାଳୟରେ ଶିକ୍ଷକତା କରି ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ। ସେ ନିମାପଡା ଶିକ୍ଷାଜିଲାର ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି, ପିପିଲି ଶିକ୍ଷାଜିଲାର ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଂପାଦକ ଭାବେ ଦାୟିତ୍ୱ ତୁଳାଇଥିଲେ। ଶିକ୍ଷାର ଉନ୍ନତି ସହ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ତାଙ୍କର ଉଦ୍ୟମ ଚିରସ୍ମରଣୀୟ ।

ଜଣେ ଛାତ୍ରବତ୍ସଳ ଶିକ୍ଷକ, ଶିକ୍ଷକନେତା, ସମାଜସେବୀ, ଦୃଢ ସଂଗଠକ, ସୁସାହିତ୍ୟିକ, ସୁବକ୍ତା, ପରୋପକାରୀ, ସ୍ନେହୀ ମଣିଷ ଭାବେ ସେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ଅବସର ପରେ ମଧ୍ୟ ସେ ନିଜକୁ ସର୍ବଦା ସମାଜସେବାରେ ନିୟାଜିତ କରିଥିବା ବେଳେ ୫୦ରୁ ଅଧିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ। ଗତ କିଛିଦିନ ଧରି ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ତାଙ୍କୁ ଭର୍ତ୍ତି ହୋଇଥିଲେ। ଶନିବାର ମଧ୍ୟାହ୍ନରେ ତାଙ୍କ ପରଲୋକ ଘଟିଥିବା ବେଳେ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ପୁତ୍ର ଦିପ୍ତିକାନ୍ତ ଓ ସୂର୍ଯ୍ୟକାନ୍ତ ମୁଖାଗ୍ନି ଦେଇଥିଲେ। ତାଙ୍କ ଅନ୍ତରଙ୍ଗ ଛାତ୍ର ତଥା ଶିକ୍ଷକ ଅଭୟ ଚରଣ ସାହୁ, ରବିନ୍ଦ୍ର ବେହେରା, ଭଗବାନ ସାହୁ, ଶିକ୍ଷକନେତା ମାଧବ ବିଶ୍ୱାଳ, ସୁବାଷ ଚନ୍ଦ୍ର ରଥ, ପ୍ରକାଶ ଚନ୍ଦ୍ର ଜେନା, ରାଜକିଶୋର ପ୍ରଧାନ, ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠୀର ପରିଡା, ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ବସ୍ତିଆ, ଚୈତନ୍ୟ ସେଠୀ, ଗୁରୁଚରଣ ବଳ, କୈଳାଶ ବଳ, ରମେଶ ମୁଦୁଲି, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories