ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ର ବିଭିନ୍ନ ଅଞ୍ଚଳ ଗତ ୨ଦିନ ଧରି ଲଗାଣ ବର୍ଷା ଫଳରେ ଜଳବନ୍ଦୀ ହୋଇଛି । ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ଧୂମାବତୀ ନଗର, କଳିଙ୍ଗ ନଗର, ସାଇ ବିହାର ଆଦି ଅଞ୍ଚଳରେ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରି ଘର ଭିତରେ ଜମି ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କୁ ଅବଗତ କରାଇଥିଲେ। ବିଧାୟକଙ୍କ ପରାମର୍ଶକ୍ରମେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରବିବାର ଦିନ ଜେସିବି ମେସିନ୍ ସାହାଯ୍ୟରେ ରାସ୍ତା ସଫେଇ ସହିତ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରାଯିବା ସହିତ ଅବଶ୍ୟକ ସ୍ଥାନ ମାନଙ୍କରେ ହ୍ୟୁମ୍ ପାଇପ ବସାଯାଇ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ୱାର୍ଡ଼ ଅଧିକାରୀ ରଶ୍ମୀ ରଞ୍ଜନ ଦାସ, ପୌର କନିଷ୍ଠ ଯନ୍ତ୍ରୀ ସଂଜୟ କୁମାର ସାମଲ ପ୍ରମୁଖ ସହଯୋଗ କରିଥିଲେ ।
Popular Categories



