www.samajalive.in
Sunday, December 14, 2025
26.1 C
Bhubaneswar

ପଞ୍ଚାୟତସ୍ତରୀୟ କଂଗ୍ରେସ କମିଟି ଗଠିତ

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସ୍ଥିତ ବଳଭଦ୍ରପୁର ବଙ୍ଗଳାରେ ରବିବାର ଜଗନ୍ନାଥପୁର ପଞ୍ଚାୟତସ୍ତରୀୟ ନୂତନ କଂଗ୍ରେସ କମିଟି ଗଠିତ ହୋଇଛି। କଂଗ୍ରେସ ଯୁବନେତା ବିଜୟ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ଜଗନ୍ନାଥପୁର ପଞ୍ଚାୟତର ବହୁ ସଂଖ୍ୟକ କଂଗ୍ରେସ କର୍ମୀଙ୍କୁ ନେଇ ବଳଭଦ୍ରପୁର ଗ୍ରାମ ବଙ୍ଗଳା ଠାରେ ଏକ ବୈଠକ ଆୟୋଜନ ହୋଇଥିଲା। ଆଗାମୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ କିପରି ବିପୁଳ ବିଜୟ ଲାଭ କରିବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା। ଏହି ବୈଠକକୁ ଯୁବନେତା ପ୍ରଦୀପ ମାଝୀ ପରିଚାଳନା କରିବା ସହ କଂଗ୍ରେସ କର୍ମୀଙ୍କ ସର୍ବସମ୍ମତି କ୍ରମେ ଜଗନ୍ନାଥପୁର ପଞ୍ଚାୟତ ସ୍ତରୀୟ ନୂତନ କଂଗ୍ରେସ କମିଟି ଗଠନ କରି ବାମଦେବ ମାଝୀଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ସେହିପରି ଉପସଭାପତି ଭାବେ ନିରନ ଚଣ୍ଡୀ ଓ ସମ୍ପାଦକ ଭାବେ ହରେକୃଷ୍ଣ ମାଳିଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ସମିତି ସଭ୍ୟ ପ୍ରଦୀପ ମାଝୀ,ଦାନା ମାଝୀ, ଲତକ ମାଝୀ, ପଦ୍ମନାଭ ଗଉଡ଼, ଧନେଶ୍ୱର ଗଉଡ଼, ପରମେଶ୍ବର ଚଣ୍ଡୀ, ଦୟାନିଧି ଗଉଡ଼ ବିଶ୍ୱନାଥ ଚଣ୍ଡୀ,ସୁଦାମ ସିଂ, କୁମୁଦ ମାଳି, ଦେବରାଜ ମାଝୀ, ଧନଗିରୀ ମାଝୀ, ମଧୁ ମାଝୀ, ବୁଡୁ ମାଝୀ, ଅଦୁ ମାଝୀ, ରାମନାଥ ନାଏକ ସମେତ ପଞ୍ଚାୟତ ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories