www.samajalive.in
Sunday, December 14, 2025
19.1 C
Bhubaneswar

୬୧ ବର୍ଷର ସ୍କୁଲ, ହେଲେ ୯୩  ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ଲଡୁଗାଁ : ବିଦ୍ୟାଳୟର ଅନୁସଙ୍ଗିକ ଭିତ୍ତିଭୂମିରେ ସୁଧାର ଓ ଗୁଣାତ୍ମକ ଶିକ୍ଷା ଓ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଳାହାଣ୍ଡି ଲଡୁଗାଁ ସନ୍ନିକଟ ଜୟପାଟଣା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡ଼ା ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଦେଖିଲେ ସହଜରେ ଅନୁମାନ କରିହେବ। ସ୍କୁଲ ପ୍ରତିଷ୍ଠା ହେବାର ୬୧ ବର୍ଷ ପରେ ମଧ୍ୟ ଏହି ବିଦ୍ୟାଳୟ ଏବେ ବି ଅସୁରକ୍ଷିତ । ପାଞ୍ଚଟି ଶ୍ରେଣୀ ପାଇଁ ରହିଛି ଦୁଇଟି ଶ୍ରେଣୀ କକ୍ଷ। ଅନ୍ୟପଟେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ସହ ପାଚେରୀ ନାହିଁ, ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କି ଶୌଚାଳୟର ବ୍ୟବସ୍ଥା ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲ ଚତୁଃପାର୍ଶ୍ୱରେ ଅନାବନା ଗଛ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରେ। ଏହା ସାଙ୍ଗକୁ ୧୯୬୨ ମସିହାରେ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ଓ ପୁରୁଣା ବିଦ୍ୟାଳୟର ଗୋଟିଏ ଘର ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାରେ ପିଲାଙ୍କୁ ବସିବାକୁ ଦିଆ ଯାଉନି। ଅନ୍ୟପଟେ ବିପଦ ସଙ୍କୁଳ ହୋଇଥିବାରୁ ପୁରୁଣା ଶ୍ରେଣୀ ଗୃହ ଗୁଡିକୁ  ସ୍କୁଲ ପରିଚାଳନା କମିଟି ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇ ଭାଙ୍ଗି ଦିଆଯାଇଥିଲା। ସେହି ଭଙ୍ଗା ରୁଜା କାନ୍ଥ ଏଯାଏଁ ପଡିରହିଛି । ସ୍କୁଲଟି ଅଳିଆ, ନର୍ଦ୍ଦମା ପୂତ୍ତିଗନ୍ଦମୟ ପରିବେଶ ସାଙ୍ଗକୁ ବୁଲା ଗାଇଗୋରୁ, କୁକୁର ମଧ୍ୟ ସେଠାରେ ରହୁଥିବା ବେଳେ ସ୍କୁଲ ପରିସର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଏହି ବିଦ୍ୟାଳୟରେ ପ୍ରଥମରେ ୩୨, ଦ୍ବିତୀୟରେ ୬, ତୃତୀୟରେ ୧୯, ଚତୁର୍ଥରେ ୧୯ ଓ ପଞ୍ଚମ ଶ୍ରେଣୀରେ ୧୭ ଏଭଳି ୯୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଆବଶ୍ୟକୀୟ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏଠାରେ ପ୍ରଧାନ ଶିକ୍ଷକ ମୋହନଲାଲ ନାଏକ ଆଉ ଜଣେ ସହକାରୀ ଶିକ୍ଷୟତ୍ରୀ କୌସଲ୍ୟା ନାଏକଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ  ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣେ କେହି ଛୁଟିରେ ରହିଲେ କିମ୍ବ‌ା ପ୍ରଧାନ ଶିକ୍ଷକ ତାଲିମ, ବ୍ୟାଙ୍କ କିମ୍ବା ବିଇଓ କାର୍ଯ୍ୟାଳୟକୁ ଗଲେ ବିଦ୍ୟାଳୟ ପରିଚାଳନାରେ ବ୍ୟାପକ ସମସ୍ୟା ଉପୁଜୁଛି । ଅନ୍ୟ ପକ୍ଷରେ କିଛି ଅବିଭାବକ ନିଜ ନାମ ଗୋପନ ରଖି ଶିକ୍ଷା ଦାନରେ ଅବହେଳା ହେଉଥିବା ତଥା ସ୍କୁଲର ମଧ୍ୟାହ୍ନ ଭୋଜନରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ସଙ୍ଗୀନ ସ୍ଥିତି ସମ୍ପର୍କରେ  ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ମୋହନଲାଲ ନାଏକ।  ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଉଜ୍ୱଳ କରିବା ପାଇଁ  ସ୍କୁଲକୁ ଆସୁଥିବା ବେଳେ ସ୍କୁଲରେ ପାଠ ପଢିବା ପାଇଁ  ଉପଯୁକ୍ତ ଶ୍ରେଣୀ ଗୃହ ନାହିଁ । ଫଳରେ ଗୋଟିଏ ଶ୍ରେଣୀ ଗୃହରେ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢିଲେ ଅନ୍ୟ ଶ୍ରେଣୀ  ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟଘାତ ହେଉଛି। ବେଳେ ବେଳେ ବାରଣ୍ଡାରେ ମଧ୍ୟ୍ୟ ଛାତ୍ରଛାତ୍ରୀ ପାଠ ପଢୁଥିବା  ଅବିଭାବକ ଅଭିଯୋଗ କରିଛନ୍ତି। ଏହି ସ୍କୁଲ ଉପରେ କେବେ ପ୍ରଶାସନର ଦୃଷ୍ଟି ପଡିବ ? ନା ଜାଣି ଜାଣି ଅଘଟଣକୁ ଅପେକ୍ଷା କରିବେ ତାହା ସହଜରେ ଅନୁମେୟ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories