www.samajalive.in
Wednesday, December 10, 2025
23.1 C
Bhubaneswar

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାୟାଲିସିସ୍ ସେବା ଉଦଘାଟିତ

ଛତ୍ରପୁର: ଛତ୍ରପୁର ଅଚଂଳ ଜନସାଧାରଣଙ୍କ ପକ୍ଷରୁ ବହୁଦିନର ଦାବି ଆଜି ପୂରଣ ହୋଇଛି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଟି ଶଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ମେଡିକାଲ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଖଲ୍ଲିକୋଟ ବ୍ଲକ ଓ ପଡୋଶୀ ଜିଲା ପୁରୀର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ନିର୍ଭର କରିଥାନ୍ତି। ଏହି ସେବା ଜରିଆରେ ଲୋକମାନେ ଆଉ ଦୂର ସ୍ଥାନକୁ ଯିବାକୁ ପଡିବ ନାହିଁ ବୋଲି  ମନ୍ତ୍ରୀ କହିଥିଲେ। ଗଞ୍ଜାମ ଜିଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ହେଉଛି ମୋହନ ସରକାରଙ୍କ ପ୍ରାଥମିକତା, ସାରା ରାଜ୍ୟରେ ଡାକ୍ତର ସମେତ ନର୍ସର ଅଭାବ ରହିଛି। ତାହା ଆଗାମୀ ଦିନରେ ପୂରଣ ହେବ ବୋଲି କହିଥିଲେ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସରକାର ଏବଂ ଏସ୍କାଗ ସଞ୍ଜିବନୀର ମିଳିତ ପ୍ରୟାସରେ ଏହି ସେବା ମେଡିକାଲରେ ମିଳିବ। ସପ୍ତାହକୁ ରବିବାର ବ୍ୟତୀତ ୬ ଦିନ ଏହି ସେବା ଯୋଗାଇ ଦିଆଯିବ ବୋଲି ଦାୟିତ୍ୱ ନେଇଥିବା ଏସ୍କାଗ ସଞ୍ଜିବନୀ ପକ୍ଷରୁ କୁହାଯାଇଛି। ଓଡିଶାର ୩୨ଟି ସରକାରୀ ମେଡିକାଲରେ ଏହି ସେବା ଯୋଗଇ ଦିଆଯାଉଛି ବୋଲି ଏସ୍କାଗ ସଞ୍ଜିବନୀ ପକ୍ଷରୁ ସୂଚନା। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡା.ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପଣ୍ଡା, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡୀ, ମେଡିକାଲ ଅଧୀକ୍ଷକ ଡା.ପ୍ରଫୁଲ ଚନ୍ଦ୍ର ଗୈାଡ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

Related Articles

Popular Categories