www.samajalive.in
Wednesday, December 10, 2025
23.1 C
Bhubaneswar

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ନାଇଟ୍‌ କ୍ଲବର ମାଲିକ ତଥା ଦୁଇ ଭାଇ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡି ଥାଇଲାଣ୍ଡ ପଳାଇଛନ୍ତି। ମଙ୍ଗଳବାର ଇଣ୍ଟରପୋଲ ପକ୍ଷରୁ ଦୁଇ ପଳାତକ ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଥିବା ଜଣାପଡିଛିି। ବ୍ଲୁ କର୍ଣ୍ଣର ନୋଟିସ ଅନୁଯାୟୀ ବିଦେଶ ପଳାଇଥିବା ସଂପୃକ୍ତ ଅପରାଧୀଙ୍କ ସମ୍ପର୍କରେ ଇଣ୍ଟରପୋଲ ନିର୍ଦିଷ୍ଟ ସୂଚନା ପ୍ରଦାନ କରାଯାଇଥାଏ। ପୁଲିସର ଟିମ ଇତିମଧ୍ୟରେ ଲୁଥ୍ରାଙ୍କ ନୂଆଦିଲ୍ଲୀସ୍ଥିତ ମୁଖାର୍ଜୀ ନଗର ବାସଭବନରେ ଚଢଉ କରିଥିବାବେଳେ ଦୁଇ ଭାଇଙ୍କ ପତ୍ତା ମିଳିନଥିଲା। ଫଳରେ ପୁଲିସ ପକ୍ଷରୁ ବାସଭବନ କାନ୍ଥରେ ଏହି ନୋଟିସ ଖଞ୍ଜା ଯାଇଛି। ଗୋଆ ପୁଲିସର ଅନୁରୋଧକ୍ରମେ ବ୍ୟୁରୋ​‌ ଅଫ୍ ଇମିଗ୍ରେସନ ତରଫରୁ ଲୁଥ୍ରା ଭ୍ରାତାଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଛି। ପୁଲିସ ଏହି ଘଟଣାରେ ଏ ପର୍ଯ୍ୟନ୍ତ ପାଞ୍ଚଜଣଙ୍କୁ ଗିରଫ କରିସାରିଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଲୁଥ୍ରା ଭ୍ରାତାଙ୍କ ପାଣାଜୀରେ ଥିବା ଅନ୍ୟ ଏକ ନାଇଟ କ୍ଲବ ‘ରୋମିଓ ଲେନ୍‌ ବାଗାତୋର’କୁ ବୁଲଡୋଜର ସାହାଯ୍ୟରେ ଧରାଶାୟୀ କରାଯାଇଛି। ଏହି ନାଇଟ କ୍ଲବର ୧୯୮ ବର୍ଗ ମିଟର ସ୍ଥାନରେ ନିର୍ମିତ କ୍ଲବକୁ ଭଙ୍ଗା ଯାଇଛି ବୋଲି ଗୋଆ ପର୍ଯ୍ୟଟନ ବିଭାଗ ଉପ ନିର୍ଦେଶକ ସୂଚନା ଦେଇଛନ୍ତି। ଗୋଆର ବିଭିନ୍ନ ସହରରେ ଥିବା ଲୁଥ୍ରା ଭ୍ରାତାଙ୍କ ନାଇଟ କ୍ଲବକୁ ଭାଙ୍ଗି ଦିଆଯିବ ବୋଲି ଗୋଆ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ନାଇଟ୍‌ କ୍ଲବ ବେଆଇନ ଭାବେ ନିର୍ମାଣ କରାଯାଇଛି ବୋଲି ପୁଲିସ, ମ୍ୟୁନିସିପାଲ କର୍ପୋରେସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା।

- Advertisement -

ଲୁଥ୍ରା ଭ୍ରାତା ବିଭିନ୍ନ ସମୟରେ ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଥିଲେ ବୋଲି ସ୍ଥାନୀୟ ସମାଜସେବୀ ରବି ହର୍ମଲକର ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ ଦୀର୍ଘ ବର୍ଷ ଧରି ରାଜ୍ୟର ବରିଷ୍ଠ ଆଇଏଏସ ଓ ଆଇପିଏସ ଅଧିକାରୀମାନେ ଲୁଥ୍ରା ଭ୍ରାତାଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ ବୋଲି ହର୍ମଲକର କହିଛନ୍ତି। ରାଜନୈତିକ ସ୍ତରରେ ମଧ୍ୟ ଏହି ଦୁଇ ଭାଇଙ୍କର ଯଥେଷ୍ଟ ପତିଆରା ରହିଥିଲା। ସୌରଭ ଜଣେ ସ୍ବର୍ଣ୍ଣପଦକ ଧାରୀ ଇଂଜିନିୟରିଂ ସ୍ନାତକ ହୋଇଥିବା ବେଳେ ଦୁଇ ଭାଇଙ୍କର ଗୋାଆ, ଦିଲ୍ଲୀ, ଗୁରୁଗ୍ରାମ ଏବଂ ଅନ୍ୟ ସହରରେ ଏକାଧିକ ନାଇଟ୍‌ କ୍ଲବ କାର୍ଯ୍ୟ କରୁଛି।

Hot this week

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

Related Articles

Popular Categories