www.samajalive.in
Wednesday, December 10, 2025
23.1 C
Bhubaneswar

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ ନା ହିଁ ତାଙ୍କ ପରିଚୟ। ହଁ ଆମେ କହୁଛୁ କିଙ୍ଗ୍ ଖାନ୍ ଶାହରୁଖ୍‌ ଙ୍କ କଥା। ତାଙ୍କର ଅଭିନୟ ଯେଭଳି ଲୋକଙ୍କୁ ଆକୃଷ୍ଟ କରେ , ତାଙ୍କ ପର୍ସନାଲିଟି ମଧ୍ୟ। ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୬୦ ବର୍ଷୀୟ ସୁପରଷ୍ଟାର କିଙ୍ଗ୍‌ ଖାନ୍‌ ଚଳିତବର୍ଷ ଆୟୋଜିତ ମେଟ୍‌ ଗାଲାରେ ନଜର ଆସିଥିବାରୁ ତାଙ୍କୁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏଥର ମେଟ୍‌ ଗାଲାରେ ତାଙ୍କୁ ଅତିଥି ଭାବେ ଦେଖିବାକୁ ମିଳିଥିଲା। ସେ ପିନ୍ଧିଥିବା ନେକ୍‌ଲେସ୍‌ରେ ‘କେ’ ଅକ୍ଷର ରହିଥିଲା।

ଆଗାମୀ ଫିଲ୍ମ ‘କିଙ୍ଗ୍‌’ରେ ଶାହାରୁଖ୍ ଅଭିନୟ କରିବେ। ଏଥିରେ ତାଙ୍କ ଝିଅ ସୁହାନା ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଦେଖିବାକୁ ମିଳିବ। ୨୦୨୩ରେ ପଠାନ୍‌ର ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦେଶନା ଦେଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ ସର୍ବିନା କାର୍ପେଣ୍ଟର, ଦୋଏଚି, ଭିଭିଆନ୍‌ ଓ୍ବିଲ୍‌ସନ, ନିକୋଲେ ସ୍କେର୍ଜିଙ୍ଗର, ଓ୍ବାଲ୍ଟନ ଗୋଗିନ୍ସ, ଜେନିଫର ଲରେନ୍ସ, ଶାଇଗିଲ୍‌ଗେଅସ୍‌-ଆଲେକ୍‌ଜାଣ୍ଡାର, କୋଲେ ଏସ୍କୋଲା ଏବଂ ନୋଆହ ଓ୍ବିଲେ ପ୍ରମୁଖ ସେଲିବ୍ରିଟି ରହିଥିବାବେଳେ ଭାରତରୁ କେବଳ ଶାହରୁଖ୍‌ ସ୍ଥାନ ପାଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories