www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି ଉଠିଛି। ବେଲୁଚିସ୍ତାନ ନିଜକୁ ପାକିସ୍ତାନରୁ ଅଲଗା ହୋଇ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦାବି କରି ହିଂସାକାଣ୍ଡ ଘଟାଇ ଆସୁଛି। ବେଲୁଚ ଲିବରେସନ ଆର୍ମି (ବିଏଲଏ) ଏଥିପାଇଁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସୁଛି। ବେଲୁଚିସ୍ତାନ ଆନ୍ଦୋଳନକୁ ଦମନ କରିବାକୁ ପାକିସ୍ତାନ ସରକାର ସାମରିକ ବଳ ପ୍ରୟୋଗ କରିଆସୁଛନ୍ତି। ଏହି ସମୟରେ ସିନ୍ଧ୍‌ଦେଶ ନାମରେ ଆଉ ଏକ ରାଷ୍ଟ୍ର ଗଠନର ଦାବି ଉଠିଛି। ରବିବାର ଏକ ବିଶାଳ ସିନ୍ଧି ଗୋଷ୍ଠୀ ଏହି ରାଷ୍ଟ୍ର ମାନ୍ୟତା ଦାବି କରି ପାକିସ୍ତାନ କରାଚୀରେ ହିଂସାକାଣ୍ଡ ଘଟାଇଛନ୍ତି। ଜିଏ ସିନ୍ଧ୍‌ ମୁତାହିଦା ମୁହାଜ (ଜେଏସ୍ଏସ୍‌ଏମ୍‌) ବ୍ୟାନର ଅଧୀନରେ ସିନ୍ଧିମାନେ ଏହି ବିକ୍ଷୋଭ କରିଛନ୍ତି। ସେମାନେ ‘ପାକିସ୍ତାନ ମୁର୍ଦାବାଦ’ ନାରା ଦେବା ସହ ସ୍ବାଧୀନତା ଦାବି କରିଛନ୍ତି। ହିଂସାକାଣ୍ଡରେ ୫ଜଣ ଆହତ ହୋଇଥିବା ବେଳେ ପୁଲିସ ୪୫ଜଣଙ୍କୁ ଗିରଫ କରିଛି। ଏହା ସହିତ ହିଂସା ସମୟରେ ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସରକାର ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସିନ୍ଧ୍‌ ହେଉଛି ପାକିସ୍ତାନର ଦକ୍ଷିଣ-ପୂର୍ବ ଭାଗରେ ଅବସ୍ଥିତ ଏକ ରାଜ୍ୟ। ଏହା ଦେଶର ତୃତୀୟ ବୃହତ ପ୍ରଦେଶ ବା ରାଜ୍ୟ। ଏହାର ଲୋକସଂଖ୍ୟା ପ୍ରାୟ ୬କୋଟି ହୋଇଥିବାବେଳେ ଆକାର ୧,୪୦,୯୧୪ ବର୍ଗ କିମି। କରାଚୀ ଏହାର ରାଜଧାନୀ ଓ ପ୍ରମୁଖ ସହର। ୧୯୪୭ ଦେଶ ବିଭାଜନ ସମୟରେ ସିନ୍ଧ୍‌ ଅଞ୍ଚଳଟି ପାକିସ୍ତାନ ଭାଗରେ ରହିଥିଲା। ସିନ୍ଧୁ ନଦୀ କୂଳରେ ଅବସ୍ଥିତ ଏହି ଅଞ୍ଚଳକୁ ମହାଭାରତରେ ସିନ୍ଧୁଦେଶ ନାମରେ ବର୍ଣ୍ଣନା କରାଯାଇଛି। ଏବେ ଏହା ପାକିସ୍ତାନର ସିନ୍ଧ୍‌ ପ୍ରଦେଶ ଭାବେ ପରିଚିତ। ସିନ୍ଧ୍‌ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସେମାନେ ରାଜନୈତିକ ଆକ୍ରୋଶର ସମ୍ମୁଖୀନ ହୋଇଆସୁଛନ୍ତି। ରାଜ୍ୟବାସୀଙ୍କ ମାନବାଧିକାର ଉଲ୍ଲଙ୍ଘନକୁ କୌଣସି ଗୁରୁତ୍ବ ଦିଆଯାଉ ନାହିଁ। ଜେଏସ୍‌ଏସ୍‌ଏମ୍‌ ଅଭିଯୋଗ କରିଛି ଯେ ସଂଗଠନର ସଦସ୍ୟ ଓ ସାମ୍ବାଦିକମାନଙ୍କୁ ବେଆଇନ ଭାବେ ହତ୍ୟା କରାଯାଉଛି।

- Advertisement -

ସିନ୍ଧ୍‌ଦେଶ ଆନ୍ଦୋଳନକୁ ଦମନ କରିବା ଲାଗି ଏହାର ସଦସ୍ୟଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଉଛି। ଜେଏସଏସ୍‌ଏମ୍‌ର ମୁଖ୍ୟ ସାଫି ବୁରଫତ ଏବେ ବିଦେଶରେ ଆତ୍ମନିର୍ବାସନରେ ଅଛନ୍ତି। ସାଫି ଜାତିସଂଘ ନିକଟରେ ସିନ୍ଧ୍‌କୁ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବା ଲାଗି ନିବେଦନ କରିଛନ୍ତି। ଏପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ମଧ୍ୟ ଜେଏସ୍ଏସ୍‌ଏମ୍ ଏହାର ଦାବି ଉପସ୍ଥାପନ କରିବା ପୂର୍ବକ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ନିକଟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ସିନ୍ଧ୍‌ ପ୍ରଦେଶ ଭାରତକୁ ଫେରିଆସିବ। ନୂଆଦିଲ୍ଲୀରେ ସିନ୍ଧି ସମାଜ ସମ୍ମିଳନୀକୁ ସମ୍ବୋଧନ କାଳରେ ରାଜନାଥ ଗତ ମାସରେ ଏପରି କହିଥିଲେ। ସେ କହିଥିଲେ ଯେ ସିନ୍ଧି ହିନ୍ଦୁମାନେ ୧୯୪୭ ବିଭାଜନର ନିଷ୍ପତ୍ତିକୁ ଏବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ଦେଶ ବିଭାଜନ ସମୟରେ ସିନ୍ଧ୍‌କୁ ପାକିସ୍ତାନ ପଟେ ରଖାଯାଇଥିଲା। ସିନ୍ଧ୍‌ ପ୍ରଦେଶ ସହିତ ଭାରତର ସାଂସ୍କୃତିକ ସମନ୍ବୟ ରହିଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories