www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡ଼ିଶା ମାଷ୍ଟର୍ସ ସୁପର-୧୦୦ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ସଚିନ ଯାଦବ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଓସ୍‌ବା ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନ ସମାରୋହ ରେ କ୍ରୀଡା ନିର୍ଦେଶକ ଡ.ବିଜୟ ୟେଦୁଲା, କଟକ ଜିଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ବ୍ୟାଡ୍‌ମିଣ୍ଟନ ଏସିଆ ଫେଡେରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ୍‌, ଓସ୍‌ବା ସମ୍ପାଦକ ନିଲିନ କୁମାର ଉପସ୍ଥିତ ଥିଲେ।

ଓଡ଼ିଶା ମାଷ୍ଟର୍ସରେ ୬ଟି ଦେଶର ୧୪୭ ପୁରୁଷ, ୧୩୭ ମହିଳା ଖେଳାଳି ଭାଗ ନେଇଛନ୍ତି। ସେମାନେ ପୁରୁଷ ସିଙ୍ଗଲ୍‌ସ, ମହିଳା ସିଙ୍ଗଲ୍‌ସ, ପୁରୁଷ ଡବଲ୍‌ସ, ମହିଳା ଡବଲ୍‌ସ ଓ ମିକ୍ସଡ ଡବଲ୍‌ସ ଟାଇଟଲ ପାଇଁ ଲଢେଇ କରିବେ। ପ୍ରଥମ ଦିନର ପୂର୍ବାହ୍ନ ରେ ୨୪ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ଶ୍ରେଷ୍ଠ ୨୪ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ର ରୁ ୨୦ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଡ୍ରକୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳି ହେଲେ ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ ଆଦିତ୍ୟ ଦିବାକର, ଲୋକେଶ ରେଡ୍ଡୀ ଏବଂ ଏବଂ ଡବଲସରେ ବିମଲରାଜ ଆନ୍ନାଦୁରେଇ ଓ ଶ୍ରେୟା ବାଲାଜୀ ଯୋଡି, ରୋହିତ ମାରିସ୍ୱାମୀ ସାଥି ରିଧି କୌର, ଭି. ରେଡଡି ସାଥି କେ. ସେଲଭାମ, ଯେନିଥ ଅବିଗେଲ ସାଥି ଲିଖିତା ଶ୍ରୀବକ୍ଷସ୍ତବ, ଡି. ଭେଲ ମୁରୁଗାନ ସାଥୀ ପ୍ରମୁଖ। ଏହି ପ୍ରତିଯୋଗିତାରେ ୧ ଲକ୍ଷ ୧୦ ହଜାର ଡଲାର ପୁରସ୍କାର ରାଶି ରହିଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories