www.samajalive.in
Wednesday, December 10, 2025
16.1 C
Bhubaneswar

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ଚାଷୀମାନେ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ। ଜିଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉ ନଥିଲା। ମଣ୍ଡିଗୁଡିକରେ ଧାନ ରଖିବା ପାଇଁ ସ୍ଥାନର ଅଭାବ ରହିଛି। ଧାନ ବିକ୍ରି ହେଉ ନଥିବା ଯୋଗୁଁଁ ଚାଷୀଙ୍କ ଭିତରେ ବଢୁଥିବା ଅସନ୍ତୋଷ ମଙ୍ଗଳବାର ଚରମ ସୀମାରେ ପହଞ୍ଚିଛି। ଫଳରେ ମଧ୍ୟାହ୍ନରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମଣ୍ଡି ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ପକ୍ଷରୁ ଶତାଧିକ ଚାଷୀ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଏକ ପୁଲିସ ବସ୍‌କୁ ଛାଡ଼ିବା ନେଇ ପୁଲିସ ଓ ଚାଷୀଙ୍କ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲା।

ସୋମବାର ଗୋଡ଼ଭଗା ମଣ୍ଡିରେ ଚାଷୀମାନଙ୍କ ଏକ ବୈଠକ ହୋଇଥିଲା। ରାଜପଥ ଅବରୋଧ କରାଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା। ଆଜି ରାଜପଥ ଅବରୋଧ ପୂର୍ବରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ମଣ୍ଡି ସମ୍ମୁଖରେ ବୈଠକ ହୋଇଥିଲା। ସମସ୍ତ ଚାଷୀଙ୍କ ଟୋକାନ ଦିଆଯିବା, ଟୋକନ ଥିଲେ ମଧ୍ୟ ମଣ୍ଡିରୁ ଧାନ ନ ଉଠିବା, ଉଠିଥିବା ଧାନର ପ୍ରାପ୍ୟ ଚାଷୀ ପାଉନଥିବା, ଧାନ ଉଠାଇବା ପାଇଁ ମିଲର୍ସ ମଣ୍ଡିକୁ ଆସୁ ନଥିବା ଆଦି ସମସ୍ୟାକୁ ନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିବ ପ୍ରସାଦ ବିଶ୍ବାଳ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଡିଆରସିଏସ ଯୁଗଳ କିଶୋର ଦାଶ, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀ, ଅତାବିରା ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା ପ୍ରମୁଖ ସେଠାରେn ପହଞ୍ଚି ଚାଷୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଚାଷୀମାନେ ଜିଦରେ ଅଟଳ ରହି ଦିନ ୧୨ଟାରୁ ରାଜପଥ ଅବରୋଧ କରିଥିଲେ। ଦିନ ପ୍ରାୟ ୨ ଟାରେ ମିଲର୍ସ ସଂଘ ଅତାବିରାର ସଭାପତି ନୀତେଶ ବଂଶଲଙ୍କ ସହ ଉପରୋକ୍ତ ସମସ୍ତ ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଉପଜିଲାପାଳ କହିଥିଲେ, ସମସ୍ତ ଚାଷୀଙ୍କ ଟୋକନ ଡିସେମ୍ବର ୨୦ ସୁଦ୍ଧା ଦିଆଯିବ ଏବଂ ଜାନୁଆରୀ ୧୫ ସୁଦ୍ଧା ସମସ୍ତ ଧାନ କିଣାଯିବ ଏବଂ ଯେଉଁମାନଙ୍କ ଜମିର ପରିମାଣ କମ ଆସିଛି ସେମାନେ ଲିଖିତ ଆକାରରେ ଜଣାଇଲେ ଉପରକୁ ପଠାଇ ଦେବେ ବୋଲି କହିଥିଲେ। ଶ୍ରୀ ବଂଶଲ ସମସ୍ତ ମଣ୍ଡିରେ କ୍ବିଣ୍ଟାଲ ପ୍ରତି ୧କେ.ଜି ଧାନ କଟନିରେ ଉଠାଇବେ ବୋଲି କହିଥିଲେ।

- Advertisement -

ଚାଷୀମାନେ ଏହାର ଲିଖିତ ପ୍ରତିଶ୍ରୁତି ଚାହିଁବାରୁ ଉପଜିଲାପାଳ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଦିନ ପ୍ରାୟ ୩ଟାରେ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ୩ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡି ​‌େ​‌ମାଟର ଲମ୍ବାଧାଡ଼ିରେ ଅଟକି ରହିଥିଲା। ଭି.ସଦବାବୁ, ବି.ପାପାରାଓ, ପି.ଜୟକୁମାର, ଦୟାସାଗର ମଣ୍ଡଳୀ, ଅମୀୟ ଦାଶ, ଅଚ୍ୟୁତା ମହାପାତ୍ର, ସୁରେଶ କର୍ଣ୍ଣ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ଲିଖିତ ପ୍ରତିଶ୍ରୁତି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଚାଷୀମାନେ ରାସ୍ତାରୋକ କରିବେ ବୋଲି ସଂଗଠନ ଚେତାବନୀ ଦେଇଛି।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories