www.samajalive.in
Tuesday, December 9, 2025
19.1 C
Bhubaneswar

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ  ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା କାରଣରୁ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୮ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ତେବେ ଶେଷ ୧୭ ବଲରେ ପାଣ୍ଡ୍ୟା ଏବଂ ଜିତେଶ ଶର୍ମା ୩୮ ରନ ଯୋଡ଼ିବାରୁ ଦଳ ସମ୍ମାନଜନକ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ତିଳକ ବର୍ମା ୩୨ ବଲରୁ ୨୬, ଅକ୍ଷର ପଟେଲ ୨୧ ବଲରୁ ୨୩ ରନ ସଂଗ୍ରହ କରିଥିଲେ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ବୋଲର ଲୁଙ୍ଗି ଏନଗିଡି ପ୍ରଥମ ଦୁଇଟି ଉଇକେଟ ଅକ୍ତିଆର କରି ଭାରତକୁ ଅକଳରେ ପକାଇଥିଲେ। ସେ ମୋଟ ୪ ଓଭର ବୋଲିଂ କରି ୩୧ ରନ ବିନିମୟରେ ୩ଟି ଉଇକେଟ  ନେଇଥିଲେ। ସେହିପରି ଲୁଥୋ ସିପାମ୍‌ଲା ୨ଟି ଏବଂ ଦୋନୋଭାନ ଫେରେରା ଗୋଟିଏ ଉଇକେଟ ନେଇଥିଲେ। ଇନିଂସ ଓପନ କରିଥିବା ଅଭିଶେକ ଶର୍ମା ଏବଂ ଶୁବମନ ଗିଲ୍ ପ୍ରଥମ ଉଇକେଟ ଭାଗିଦାରିରେ ମାତ୍ର ୫ ରନ କରିଥିଲେ। ୨ୟ ଉଇକେଟରେ ଅଭିଶେକ ଏବଂ ସୂର୍ଯ୍ୟ କୁମାର ଯାଦବ ୧୨ ରନ ଯୋଡ଼ିଥିଲେ। ଏହା ପରେ ଭାରତ କ୍ରମାଗତ ଭାବେ ଉଇକେଟ ହରାଇଥିଲା।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories