ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ ଘଟିଛି । ଅକ୍ଷର ପଟେଲ୍ ୨୩ ରନ୍ କରି ଆଉଟ୍ ହୋଇଛନ୍ତି । ସେ ସିମ୍ପଲା୍ଙ୍କ୍ ବଲ୍ରେ ଫେରେରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି ।
ତିଳକ ବର୍ମା ୨୬ ରନ୍ କରି ନିଗିଡିଙ୍କ ବଲ୍ରେ ଛକା ମାରିବାକୁ ଉଦ୍ୟମ କରୁଥିବା ବେଳେ ପଡିଆର ସୀମା ନିକଟରେ ମାର୍କୋଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ ।
ଅଭିଷେକ୍ ଶର୍ମା ୧୭ ରନ୍ କରି ସିମ୍ପାଲାଙ୍କ ଓଭର୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଭାରତର ସ୍କୋର ୧୭ ରନ୍ରେ ଭାରତର ସୂର୍ଯ୍ୟକୁମାର ଯାଦବ ୧୨ ରନ୍ କରି ଆଉଟ୍ ହୋଇଥିଲେ । ଲୁଙ୍ଗି ନିଗିଡିଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ ।
ପ୍ରଥମ ଓଭରରେ ପ୍ରଥମ ଉଇକେଟର ପତନ ଘଟିଥିଲା। ଶୁବମନ ଗିଲ୍ ୪ ରନ କରି ଆଉଟ ହୋଇଥିଲେ। ଗିଲ୍ ଏବଂ ଅଭିଶେକ ଶର୍ମା ଇନିଂସ ଓପନ କରିଥିଲେ। ଅଭିଶେକ ପ୍ରଥମ ବଲରେ ସିଗଲ ରନ କରିଥିଲେ। ୨ ବଲରେ ଗିଲ୍ ଚଉକା ମାରିଥିଲେ। ୩ୟ ବଲରେ ବଡ଼ ଶଟ୍ ମାରିବାକୁ ଯାଇ ସେ ଲଙ୍ଗ ଅନ୍ରେ କ୍ୟାଚ ଆଉଟ୍ ହୋଇଯାଇଥିଲେ।



