ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ ସହିତ ଆରମ୍ଭ ହେବାକୁ ଯାଉଛି। ଏହି ଯୋଗ ହେଉଛି ମଙ୍ଗଳାଦିତ୍ୟ ରାଜଯୋଗ ଯାହା ଧନୁ ରାଶିରେ ସୃଷ୍ଟି ହେଉଛି, ଯାହା ସୂର୍ୟ୍ୟ ଏବଂ ମଙ୍ଗଳଙ୍କ ସଂଯୋଗ ଦ୍ୱାରା ସୃଷ୍ଟି ହୋଇଛି। ପ୍ରକୃତରେ, ଗ୍ରହମାନଙ୍କର ସେନାପତି ମଙ୍ଗଳ, ଡିସେମ୍ବର ୭, ୨୦୨୫ ରେ ଚଳନ କରିସାରିଛନ୍ତି ଏବଂ ଏବେ ସୂର୍ଯ୍ୟ ମଧ୍ୟ ଡିସେମ୍ବର ୧୬, ୨୦୨୫ ରେ ପରିବର୍ତ୍ତନ କରିବେ।
୧୬ ଡିସେମ୍ବରେ ସୂର୍ଯ୍ୟ ଏବଂ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବେ, ସୂର୍ଯ୍ୟ ଓ ମଙ୍ଗଳଙ୍କ ଜ୍ୟୋତିରେ ମଙ୍ଗଳଦିତ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଏହି ମଙ୍ଗଳଦିତ୍ୟ ରାଜଯୋଗ ୧୪ ଜାନୁଆରୀରୁ ଆରମ୍ଭ ହେବ । ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଏହି ସଂଯୋଗ ଭଙ୍ଗ ହେବ । ହେଲେ କିଛି ଦିନ ପରେ ମଙ୍ଗଳ ଚଳନ ଯୋଗୁ ମକର ରାଶିକୁ ପୁଣି ପ୍ରତ୍ୟାବର୍ତ୍ତନ କରିବେ । ନୂଆବର୍ଷରେ ଏହି ପରିବର୍ତ୍ତନ ଯୋଗୁ ୪ଟି ରାଶି ଉପରେ ବିଶେଷ ପ୍ରଭାବ ପଡିବ । ଧନଧାନ୍ୟରେ ପରିପୂର୍ଣ୍ଣ ହେବେ ୪ଟି ରାଶି ।
ମେଷ: ମେଷ ରାଶି ବ୍ୟକ୍ତିଙ୍କ ଲାଗି ଏହି ସଂଯୋଗ ଅତ୍ୟନ୍ତ ଶୁଭ ହେବ । କ୍ୟାରିଅରରେ ନୂତନ ସୁଯୋଗ ସୃଷ୍ଟି ହେବ, ଧନ ବର୍ଷା ହେବ, ପରିଶ୍ରମର ଫଳ ମିଳିବ, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ସିଂହ: ଏହି ରାଶିରେ ସୂର୍ଯ୍ୟଙ୍କ ଗୋଚର ଅତ୍ୟନ୍ତ ଲାଭଦାୟକ ହେବ । ଅଟକି ଥିବା କାମ ସହଜରେ ହୋଇଯିବ । ଘରେ ଖୁସି ରହିବ, ସଫଳତା ଓ ମାନସମ୍ମାନ ବଢିବ ।
ଧନୁ: ଏହି ରାଶିରେ ସୂର୍ଯ୍ୟ-ମଙ୍ଗଳଙ୍କ ଜ୍ୟୋତିେ ମଙ୍ଗଳଦିତ୍ୟ ରାଜଯୋଗ ହେଉଛି । ଯାହାକୁ ଧନୁ ରାଶିକୁ ଅତ୍ୟନ୍ତ ଲାଭ ଦେବ । ପ୍ରମୋସନ ହେବା ସହ ଦରମା ବଢିବ, କାମରେ କିଛି ରିସ୍କ ନେଇପାରନ୍ତି । ନୂଆ ନିବେଶ ପାଇଁ ସମୟ ବହୁତ ଭଲ ରହିଛି । ସମାଜରେ ମାନସମ୍ମାନ ବୃଦ୍ଧି ହେବ ।
ମକର: ଏହି ରାଶିରେ ସୂର୍ଯ୍ୟଙ୍କ ସଂଯୋଗ ଲାଭବାନ କରାଇବ । ଆଶାଠାରୁ ଅଧିକ ଧନ ଅର୍ଜନ କରିବେ, ନିଜର ଲକ୍ଷ୍ୟ ପୂରଣ ପାଇଁ ସଠିକ୍ ମାର୍ଗ ପରିଦର୍ଶନ କରି ସେଥିରେ ଆଗକୁ ବଢିବେ । ସକାରାତ୍ମକ ମନୋଭାବ ରଖି ଆଗକୁ ବଢିବେ । ବିବାହ ସ୍ଥିର ହୋଇପାରେ ।



