ବାଲିଆପାଳ: ବାଲିଆପାଳ-ବସ୍ତା ପୂର୍ତ୍ତବିଭାଗ ରାସ୍ତାର ରେମୁ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଗୋଟିଏ କାର ଜଳିପୋଡି ନଷ୍ଟ ହୋଇଯାଇଛି। ତେବେ ଗାଡିରେ ଚାଳକ ସମେତ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଖପରାପଦାର ଜୈନିକ ଯୁବକ ନିଜ କାରରେ ଘରକୁ ଫେରୁଥିବା ବେଳେ ରେମୁ ଛକ ନିକଟରେ ଏକ ବାଇକକୁ ଧକ୍କାଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ଛକଠାରୁ କିଛି ଦୂରରେ ରାସ୍ତାକଡରେ ଥିବା ଏକ ଖାଲରେ ପଡ଼ିଯାଇଥିଲା। ଏହା ପରେ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିଲା। ଗାଡି ଚାଳକ ସମେତ ଗାଡିରେ ଥିବା ଅନ୍ୟମାନେ ଗାଡି ଛାଡି ପଳାଇଯାଇଥିଲେ। ତେବେ ଗାଡିଟି ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
Popular Categories



