www.samajalive.in
Wednesday, December 10, 2025
26.1 C
Bhubaneswar

୧୦୦ ଟଙ୍କିଆ ନୋଟ ୫୬ ଲକ୍ଷରେ ନିଲାମ, ଜାଣନ୍ତୁ କ’ଣ ଥିଲା କାରଣ

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନରେ ଏକ ଭାରତୀୟ ୧୦୦ ଟଙ୍କିଆ ନୋଟ ୫୬ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଏହି ଘଟଣା ୨୦୧୭ ମସିହାର ସତ, କିନ୍ତୁ ଏତେ ଟଙ୍କାରେ ୧୦୦ ଟଙ୍କିଆ ନୋଟ କିପରି ନିଲାମ ହେଲା ତାହାର ବି କିଛି ଖାସ କଥା ରହିଛି। ଆସନ୍ତୁ ଜାଣିବା କ’ଣ ଥିଲା କାରଣ…

୨୦୧୭ରେ ଲଣ୍ଡନରେ ହୋଇଥିବା ଉକ୍ତ ନିଲାମୀ କାର୍ଯ୍ୟକ୍ରମରେ ଗୋଟିଏ ୧୦୦ ଟଙ୍କିଆ ନୋଟ ୫୬ ଲକ୍ଷ ୪୯ ହଜାର ୬୫୦ ଟଙ୍କାରେ ନିଲାମ ହୋଇଥିଲା। ଏହି ନୋଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯୫୦ ମସିହାରେ ଜାରି କରିଥିଲା। ଏହାର ସିରିଏଲ ନମ୍ବର ଥିଲା ଏଚଏ ୦୭୮୪୦୦। ତେବେ ଏହା କୌଣସି ସାଧାରଣ ନୋଟ ନ ଥିଲା। ସେ ସମୟରେ ଏହା ତଟବର୍ତ୍ତୀ ଦେଶଗୁଡ଼ିକରେ ବେଶ୍‌ ପ୍ରଚଳିତ ଥିଲା। ବିଶେଷକରି ହଜ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆରବିଆଇ ଏହି ନୋଟ୍‌ ଆଣିଥିଲା। ତେଣୁ ଏହାକୁ ହଜ୍‌ ନୋଟ ଭାବେ ମଧ୍ୟ କୁହାଯାଉଥିଲା। ଆରବିଆଇ ଏହି ନୋଟକୁ ହଜ ଯାତ୍ରୀଙ୍କ ପାଇଁ ଆଣିବା ପଛରେ କାରଣ ବି ରହିଥିଲା। ସେ ସମୟରେ ହଜ ଯାତ୍ରୀମାନେ ପୁରୁଣା ନୋଟ ବ୍ୟବହାର କରି ବେଆଇନ ଭାବେ ସୁନା କିଣୁଥିଲେ। ତେଣୁ ଏହାକୁ ରୋକିବା ଲାଗି ଆରବିଆଇ ସ୍ବତନ୍ତ୍ର ଭାବେ ୧୦୦ ଟଙ୍କିଆ ଏବଂ ୧୦ ଟଙ୍କିଆ ନୋଟ ଆଣିଥିଲା। ତେବେ ଏହି ନୋଟ୍‌ ଭାରତରେ ବ୍ୟବହାର ହେଉ ନ ଥିଲା। ସେତେବେଳେ ସଂଯୁକ୍ତ ଆରବ ଏମିରାତ, କାତାର, ବାହାରିନ, କୁୱେତ ଏବଂ ଓମାନ ଭଳି ଦେଶରେ ଭାରତୀୟ ମୁତ୍ରାକୁ ସେଠାକାର ମୁଦ୍ରା ଭାବେ ବ୍ୟବହାର କରାଯାଉଥିଲା। ୧୯୬୧ରେ କୁୱେତ ପ୍ରଥମ କରି ନିଜର ମୁଦ୍ରା ପ୍ରଚଳନ ଆରମ୍ଭ କରିଥିଲା। ଏହା ପରେ ଅନ୍ୟ ଦେଶଗୁଡ଼ିକ ନିଜ ନିଜ ମୁଦ୍ରା ଆରମ୍ଭ କଲେ। ଏହା ପରେ ୧୯୭୦ ଦଶକରେ ହଜ ନୋଟ୍‌ ବ୍ୟବହାର ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସମୟରେ ଏହି ନୋଟ ମୁଦ୍ରା ସଂଗ୍ରାହକମାନଙ୍କ ପାଇଁ ଦୁର୍ଲଭ ପାଲଟିଯାଇଛି। ଏହି କାରଣରୁ ଲଣ୍ଡନର ଉକ୍ତ ନିଲାମୀ କାର୍ଯ୍ୟକ୍ରମରେ ୧୦୦ ଟଙ୍କିଆ ନୋଟ ୫୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories