www.samajalive.in
Monday, December 15, 2025
27.1 C
Bhubaneswar

୧୨୫ ବର୍ଷ ପୁରୁଣା ବାଇକକୁ ପୁଣି ଆଣିବ ସ୍କୋଡା, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ : କାର୍ ନିର୍ମାତା କମ୍ପାନୀ ସ୍କୋଡା ଏକ କାଫେ ରେସର କନସେପ୍ଟ ବାଇକର ଖୁଲାସା କରିଛି । ୧୮୯୯ରେ ଲଉରିନ୍ ଓ କ୍ଲେମେଣ୍ଟ ‘ସ୍ଲାଭିଆ ବି’ ନାମକ ଏକ ୨୪୦ ସିସି ପେଟ୍ରୋଲ ବାଇକ୍ ଲଞ୍ଚ୍ କରିଥିଲେ । ଏହା ୟୁରୋପରେ ନିଜ ରେସିଂ ପ୍ରଦର୍ଶନ ଓ ଭରସାଯୋଗ୍ୟ ଇଞ୍ଜିନ ପାଇଁ ଲୋକପ୍ରିୟ ଥିଲା । ପରେ ଏହି ବ୍ରାଣ୍ଡର ମିଶ୍ରଣ ସ୍କୋଡା ସହିତ ହୋଇଥିଲା ।

ନୂଆ ‘ସ୍ଲାଭିଆ ବି’ ସେହି ଐତିହାସିକ ବାଇକର ଇଲେକ୍ଟ୍ରିକ୍ ଟ୍ରିବ୍ୟୁଟ୍ କିନ୍ତୁ ଏଥିରେ ଇଲେକ୍ଟ୍ରିକ୍ ପାଓ୍ବର ଓ ମଡର୍ଣ୍ଣ ଡିଜାଇନ୍ ଯୋଡାଯାଇଛି । ବାଇକରେ ୟୁଏସଡି ଫୋର୍କ୍ସ, ସ୍କିକ୍ ଟାୟାର୍ସ, ଏଲଇଡି ହେଡଲାଇଟ୍ ଏଣ୍ଡ୍ ଡିଆରଏଲ୍ସ, ସାମ୍ନାରେ ସ୍କୋଡା ଲୋଗୋ ମିଳିବ । ବର୍ତ୍ତମାନ ଏହି ବାଇକକୁ ଲଞ୍ଚ୍ କରାଯିବନି । ପ୍ରାରମ୍ଭରେ ପେନସିଲ୍ ସ୍କେଚରେ ହୋଇଥିବା ଡିଜାଇନକୁ ଥ୍ରୀଡି ମଡେଲିଂ ଟୁଲ୍ସ ସାହାଯ୍ୟରେ ଫଟୋ ସାମ୍ନାକୁ ଆସିଛି ।

- Advertisement -

ଏଥିରେ ୨୪୦ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ୍ ମିଳେ ଯାହା ୧.୭୫ ଏଚପିର ପାଓ୍ବର ଉତ୍ପନ କରିବାରେ ସକ୍ଷମ ହେବ । ଏହାର ସର୍ବାଧିକ ସ୍ପିଡ୍ ୪୦ କିଲୋମିଟର ପ୍ରତି ଘଣ୍ଟା ହେବ । ଏଥିରେ ଟ୍ରାନ୍ସମିଶନ ବା ଗିୟରବକ୍ସ ନଥିଲା । ଏଥିରେ ପେଡାଲ ଓ ଷ୍ଟାର୍ଟ ସପୋର୍ଟ ମିଳୁଥିଲା । ୧୮୯୯ ମସିହାରୁ ୧୯୦୪ ମସିହା ମଧ୍ୟରେ ସମୁଦାୟ ୫୪୦ଟି ୟୁନିଟ୍ ଉତ୍ପାଦନ ହୋଇଥିଲା ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories