www.samajalive.in
Wednesday, December 10, 2025
16.1 C
Bhubaneswar

ବର୍ଷେ ହେଲା ଷ୍ଟ୍ରିଟ ଲାଇଟ ଅଚଳ

ପାଟଣା : ଘଟଗାଁ ବ୍ଲକ ଅଞ୍ଚଳ ଢେଙ୍କିକୋଟ ବଜାରରୁ ପାଟଣା ଯିବା ରାସ୍ତାରେ ବିଦ୍ୟୁତ ସବଷ୍ଟେସନ ସାମ୍ନା ଷ୍ଟ୍ରିଟ ଲାଇଟ ପାଖାପାଖି ୧ ବର୍ଷ ହେବ ଅଚଳ ହୋଇପଡ଼ିଛି। ଏହି ଉଜ୍ବଳ ଆଲୋକ ବ୍ୟବସ୍ଥା ଯୋଗୁଁ ଆଖ ପାଖ ଦୋକାନୀ ଉପକୃତ ହେବା ସହ କରଞ୍ଜିଆ , ପାଟଣା ଯିବାକୁ ଅପେକ୍ଷାରତ ଯାତ୍ରୀ ମଧ୍ୟ ସୁରକ୍ଷିତ ମନେ କରୁଥିଲେ । ଏଠାରେ ଯାତ୍ରୀ ବିଶ୍ରାମଗାର ସହ ବଡ଼ ମସିଣାବିଲା ଯିବାକୁ ରାସ୍ତା ଥିବାରୁ ଏଠାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ବର୍ଷେ ହେଲା ଏହା ଅଚଳ ହୋଇପଡିଥିଲେ ମଧ୍ୟ ଏହାକୁ ପଞ୍ଚାୟତ ଅଥବା ବ୍ଲକ ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହୋଇଥିବାରୁ ଯଥାଶୀଘ୍ର ଏହାକୁ ମରାମତି କରାଯିବାକୁ ଦାବି ହୋଇଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories