www.samajalive.in
Monday, December 8, 2025
13.1 C
Bhubaneswar

ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳରେ କୃତ୍ରିମ ବନ୍ୟା : ବିଜେପି

ଭୁବନେଶ୍ୱର : ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ସାମାନ୍ୟ ବର୍ଷା ପାଣିରେ ସହରାଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ। ମାତ୍ର କେଇ ଘଣ୍ଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ମାଡି ଆସୁଛି ବୋଲି ବିଜେପି ଅଭିଯୋଗ କରିଛି।
ସୋମବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଥିଲେ, ରାଜ୍ୟ ସରକାରଙ୍କ ସ୍ଥାଣୁତା କାରଣରୁ ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରାଞ୍ଚଳବାସିନ୍ଦା ପାଣି ଘେରରେ ରହୁଛନ୍ତି। ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଞ୍ଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କଟକରେ ଜଣେ ୨୧ ବର୍ଷୀୟ ଯୁବକ ବର୍ଷାପାଣିରେ ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ ଘଟଣା। ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବା ସତ୍ତ୍ବେ ସାମାନ୍ୟ ବର୍ଷା ପାଣିରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ୨୦୧୮ରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଛି ତାହା ହେଲେ ଅସରାଏ ବର୍ଷାରେ କାହିଁକି ରାଜଧାନୀ ଜଳବନ୍ଦୀ ହେଉଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ, ରାଜଧାନୀରେ ୧୦ଟି ପ୍ରାକୃତିକ ଡ୍ରେନ ସମେତ ଗଙ୍ଗୁଆ ନାଳ ଜଳ ନିଷ୍କାସନ କରିଥାଏ। ଏହି ନାଳଗୁଡିକ ଉପରେ ବେଆଇନ ଭାବେ ଜମି ମାଫିଆ ଓ ଅନ୍ୟମାନେ ଜବରଦଖଲ କରି ବିଭିନ୍ନ ଅଟ୍ଟାଳିକା ତିଆରି କରିବା ଫଳରେ ଆଜି ଏଭଳି ସମସ୍ୟା ଉପୁଜିଛି। ସହର ଭିତରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେବା କାରଣରୁ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି। ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବ କାରଣରୁ ଏଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସାମାନ୍ୟ ବର୍ଷା ପାଣିରେ ବୈତରଣୀରେ ନଦୀବନ୍ଧ ଭାଙ୍ଗିବା, ଜଗତସିଂହପୁର ମାଛଗାଁ କେନାଲ ବନ୍ଧ ଭାଙ୍ଗିଯିବା ଘଟଣା ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତିକୁ ପ୍ରମାଣିତ କରିଛି। ରାଜ୍ୟ ସରକାର ମନୁଷ୍ୟକୃତ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନ କରିଲେ ଆଗାମୀ ଦିନରେ ବିଜେପି ତରଫରୁ ବିଏମସି, ସିଏମସି ସମେତ ରାଜ୍ୟର ସମସ୍ତ ମ୍ୟୁନିସିପାଲଟି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories