www.samajalive.in
Monday, December 8, 2025
20.1 C
Bhubaneswar

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ସର୍ବାଧିକ ୧୦୦ଟି ଦୁର୍ଘଟଣାପ୍ରବଣ ଜିଲା ଭିତରେ ସୁନ୍ଦରଗଡ଼ ୮୪ ତମ ସ୍ଥାନରେ ଥିବାବେଳେ ୯୦ତମ ସ୍ଥାନରେ ରହିଛି ଗଞ୍ଜାମ। ତେବେ ଦୁଇ ଚକିଆ ଯାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ବଢ଼ାଉଥିବା ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବାକୁ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା, ମୃତ୍ୟୁସଂଖ୍ୟା, ଦୁର୍ଘଟଣାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ ଏକ ଘରୋଇ ପ୍ରତିଷ୍ଠାନକୁ ନିଯୁକ୍ତ କରିଥିଲା। ଏହି ସଂସ୍ଥା ବର୍ଷ ୨୦୨୪ରେ ସମଗ୍ର ଦେଶର ଦୁର୍ଘଟଣା ସମ୍ପର୍କରେ ସର୍ବେକ୍ଷଣ କରି ରାଜପଥ ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ଦେଶର ୧୦୦ ଜିଲାକୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ଗଲା ତିନି ବର୍ଷର ସଡ଼କ ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ ପରେ ପ୍ରକାଶିତ ରିପୋର୍ଟ ଅନୁସାରେ ସୁନ୍ଦରଗଡ଼ ଜିଲା ୮୪ ନମ୍ବର ସ୍ଥାନରେ ଅଛି। ତା’ ପଛକୁ ୯୦ତମ ସ୍ଥାନରେ ଅଛି ଗଞ୍ଜାମ।
ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ଷ ୨୦୨୪ରେ ସୁନ୍ଦରଗଡ଼ ଜିଲାରେ ‌୯୦୨ଟି ସଡ଼କ ଦୁର୍ଘଟଣା ଘଟି ୫୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭୦୧ ଜଣ ଆହତ ହୋଇଥିଲେ। ଏହି ବର୍ଷ ଗଞ୍ଜାମ ଜିଲାରେ ଘଟିଥିଲା ୮୨୦ଟି ସଡ଼କ ଦୁର୍ଘଟଣା। ଏଥିରେ ୩୯୨ ଜଣ ପ୍ରାଣ ହରାଇଥିଲେ ଓ ୭୧୦ ଜଣ ଆହତ ହୋଇଥିଲେ। ସୁନ୍ଦରଗଡ଼ ଜିଲାରେ କେବଳ ଦୁଇଚକିଆ ଗାଡ଼ି ଦୁର୍ଘଟଣାରେ ୧୨୦ ଜଣ ପ୍ରାଣ ହରାଇଥିଲେ ଓ ହିଟ୍‌ ଏଣ୍ଡ ରନରେ ‌ଆଉ ୧୨୦ ଜଣ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଜିଲାରେ ହେଲମେଟ ନ ପିନ୍ଧି ଦ୍ରୁତ ବେଗରେ ଗାଡ଼ିଚାଳନା ଦୁର୍ଘଟଣାର ପ୍ରମୁଖ କାରଣ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ଗଞ୍ଜାମ ଜିଲାରେ ମୃତ୍ୟୁସଂଖ୍ୟାର ୬୦ ପ୍ରତିଶତ ବାଇକ୍‌ ‌ଦୁର୍ଘଟଣା ଯୋଗୁଁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଗଞ୍ଜାମ ଜିଲାରେ ଜାତୀୟ ରାଜପଥରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୭୧ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୧୦ ବୋଲି କୁହାଯାଇଛି। ଓଡ଼ିଶାର ସଡ଼କ ଦୁର୍ଘଟଣାପ୍ରବଣ ଏହି ଦୁଇ ଅଧିକ ବିପଦପୂର୍ଣ୍ଣ ଜିଲାରେ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ଦିଗରେ ଜାତୀୟ ରାଜପଥ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସୁନ୍ଦରଗଡ଼ ଜିଲାକୁ ‘ଶୂନ୍ୟ ଦୁର୍ଘଟଣା ମୃତ୍ୟୁ’ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ନେଉ ବୋଲି ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା। ଦୁର୍ଘଟଣା ହ୍ରାସ କରାଯିବା ପାଇଁ ସଚେତନତା ସୃଷ୍ଟି ଓ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ଜିଲା ସଡ଼କ ସୁରକ୍ଷା କମିଟିକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ପରିବହନ ବିଭାଗକୁ ପ୍ରତି ମାସ କାର୍ଯ୍ୟାନ୍ବୟନ ରିପୋର୍ଟ ପଠାଇବାକୁ ମଧ୍ୟ ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories