www.samajalive.in
Sunday, December 7, 2025
26.1 C
Bhubaneswar

‘ଭାରତ୍‌ ଡାଲ୍‌’ ବ୍ରାଣ୍ଡ ନାମରେ ରିଆତିରେ ବୁଟ ଡାଲି ବିକ୍ରିର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ :  କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ରିଆତିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ ଏବଂ କିଲୋପ୍ରତି ୫୫ ଟଙ୍କା ଦରରେ ୩୦ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି କରାଯିବ।
ଦିଲ୍ଲୀ-ଏନସିଆରରେ ଜାତୀୟ କୃଷି ସମବାୟ ବିପଣନ ମହାସଂଘର (ନାଫେଡ)ର ଖୁଚୁରା ଦେକାନରେ ଚଣା ଡାଲିକୁ ବିକ୍ରି କରୁଛନ୍ତି । ‘ଭାରତ ଡାଲ୍‌’ର ଶୁଭାରମ୍ଭ ସହିତ ସରକାର ନିଜର ଚଣା ଷ୍ଟକରୁ ଡାଲି ଆଣି ଉପଭୋକ୍ତାଙ୍କୁ ଶସ୍ତା ଦରରେ ଯୋଗାଇ ଦେବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ନାଫେଡ୍‌ ଦ୍ୱାରା ଚଣା ଡାଲିର ମିଲିଂ ଓ ପ୍ୟାକେଜିଂ ଦିଲ୍ଲୀ ଏନସିଆରରେ ନିଜ ଖୁଚୁରା ଦେକାନ ଏବଂ ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ତଥା ସଫଲ ଦେକାନ ମାଧ୍ୟମରେ ବିତରଣ କରାଯାଇଥାଏ। ଏହି ବ୍ୟବସ୍ଥା ଅଧୀନରେ, ରାଜ୍ୟ ସରକାରମାନଙ୍କୁ ଚଣା ଡାଲି ମଧ୍ୟ ଯୋଗାଇ ଦିଆଯାଇଛି । ଯାହାକୁ ସେମାନେ ନିଜର କଲ୍ୟାଣକାରୀ ଯୋଜନା, ପୁଲିସ, ଜେଲ ଏବଂ ଉପଭୋକ୍ତା ସମବାୟ ଦୋକାନଗୁଡ଼ିକୁ ବିତରଣ କରିପାରିବେ ।

- Advertisement -

ଚଣା ଡାଲି ଭାରତରେ ସବୁଠୁ ଅଧିକ ମାତ୍ରାରେ ଉତ୍ପାଦିତ ହୋଇଥାଏ। ସାରା ଭାରତରେ ଅନେକ ରୂପରେ ଏହାର ଉପଯୋଗ କରାଯାଇଥାଏ । ସାଲାଡ୍‌ ପ୍ରସ୍ତୁତ କରିବା ଲାଗି ଗୋଟା ଚଣାକୁ ଭିଜାଇ ସିଝା ଯାଏ। ଭଜା ହୋଇଥିବା ଚଣାକୁ ଜଳଖିଆ ରୂପରେ ପରଷି ଦିଆଯାଏ। ଛଣା ହୋଇଥିବା ଚଣା ଡାଲିକୁ ହରଡ଼ ଡାଲି, ତରକାରୀ ଏବଂ ସୁପ୍‌ର ବିକଳ୍ପ ରୂପରେ ଉପଯୋଗ କରାଯାଏ। ଚଣା ବେସନ ଛଣା ଖାଦ୍ୟ ସାମଗ୍ରୀ ଏବଂ ମିଠେଇ ପାଇଁ ଏକ ପ୍ରମୁଖ ଉପଦାନ ରୂପରେ ବ୍ୟବହୃତ ହୁଏ। ଚଣାର ଅନେକ ପୁଷ୍ଟିକର ଗୁଣ ରହିଛି । ଏଥିରେ ଫାଇବର, ଆଇରନ୍‌, ପଟାସିୟମ, ଭିଟାମିନ୍‌ ବି, ସେଲେନିୟମ, ଭିଟା କ୍ୟାରୋଟିନ ଏବଂ କୋଲିନ୍‌ ପରିପୂର୍ଣ୍ଣ ହୋଇ ରହିଛି । ମଣିଷ ଶରୀରରେ ଏନିମିୟା, ରକ୍ତ ସର୍କରା, ହାଡ଼ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରିତ କରିବା ଲାଗି ଏହା ଏକ ଉପଯୋଗୀ ଖାଦ୍ୟ ଦ୍ରବ୍ୟ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories