ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଏ । ଶନି ନ୍ୟାୟବାଦୀ ଏବଂ କର୍ମଦାତାର ଦେବତା ହୋଇଥିବାରୁ ତାଙ୍କ କୃପା ପାଇଁ ସ୍ୱତନ୍ତ୍ର ପୂଜା କରିଥାନ୍ତି ଭକ୍ତ । ପ୍ରକୃତରେ, ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କର କର୍ମ ଆଧାରରେ ଫଳ ପ୍ରଦାନ କରିଥାନ୍ତି। ଯଦି କାହାର କୁଣ୍ଡଳୀରେ ଶନି ଶକ୍ତିଶାଳୀ, ତେବେ ଏହା ଶୁଭ ଫଳ ପ୍ରଦାନ କରିବ, ଯେତେବେଳେ କାହାର କୁଣ୍ଡଳୀରେ ଶନି ଦୁର୍ବଳ, ତେବେ ଏହା ସେହି ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ୨୮ ନଭେମ୍ବରରୁ ଶନି ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶିରେ ୨୦୨୬ ଜାନୁଆରୀ ୨୦ରେ ଶନି ଉତ୍ତରଭାଦ୍ରପ୍ରଦ ନକ୍ଷତ୍ରରେ ପ୍ରବେଶ କରିବେ । ଏହା ପରେ ଶନି ୨୭ ଜୁଲାଇ ପର୍ଯ୍ୟନ୍ତ ଶନି ଓଲଟା ଚଳନ କରିବେ । ତେବେ ୨୦୨୬ରେ ଶନି ଏହି ତିନୋଟି ରାଶିକୁ ମାଲାମାଲ କରିବେ ।
ମେଷ: ୨୦୨୬ ମସିହା ଆରମ୍ଭରେ ମେଷ ରଶିର ବ୍ୟକ୍ତି ବହୁତ ଲାଭବାନ ହେବେ । ସକରାତ୍ମକ ପରିଣାମ ପ୍ରାପ୍ତ ହେବ । ବ୍ୟବସାୟରେ ପ୍ରଚୁର ଲାଭବାନ ହେବେ । ଅଫିସରେ ସିନିୟରଙ୍କ ସହଯୋଗ ମିଳିବ । ମିଡ଼ିଆ ଓ ସରକାରୀ ଚାକିରିରେ ଜଡିତ ଲୋକ ଲାଭବାନ ହେବେ । ବିବାହ ସ୍ଥିର ହେବ । ୨୦୨୬ବର୍ଷଟି ସୁଖ, ଶାନ୍ତିପୂର୍ଣ୍ଣ ରହିବ । ଶନିଦେବଙ୍କୁ ପୂଜା କରିବା ସହ ତେଲ ଦୀପ ପ୍ରଜ୍ୱଳନ କରିବା ସୁଭଦାୟକ ହେବ ।
ଧନୁ: ଶନିଙ୍କ କୃପାରୁ ୨୦୨୬ବର୍ଷଟି ବହୁତ ଭଲ ରହିବ । ବଡ ବଡ ବ୍ୟବସାୟରେ ଡିଲ୍ ହୋଇପାରେ । ଏହି ବର୍ଷ ଯାହା ବି କାମ କରିବେ ଲାଭବାନ ହେବ । ବିଦେଶ ଯାତ୍ରାର ସଂଯୋଗ ଅଛି । ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ । ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ନାମରେ କିଛି ଦାନ କରନ୍ତୁ ଶୁଭ ହେବ ।
ମୀନ: ୨୮ ନଭେମ୍ବରରୁ ଶନି ମୀନ ରାଶିରେ ପ୍ରବେଶ କରିଛନ୍ତି । ଏଥିପାଇଁ ୨୦୨୬ ବର୍ଷଟି ଏମାନଙ୍କ ପାଇଁ ଭାଗ୍ୟବାନ ହେବ । ଛାତ୍ରଙ୍କ ପାଇଁ ବହୁତ ଶୁଭଦିନ ରହିବ । ପରିବାର ସଦସ୍ୟଙ୍କ ସହିତ ବହୁତ ଭଲ ସମୟ ଅତିବାହିତ କରିବେ । ଫଳରେ ମନରେ ସକରାତ୍ମକ ଭାବନା ରହିବ । ସମାଜରେ ମାନ ସମ୍ମାନ ବଢିବ । ଏହାସହିତ ଶନିଦେବଙ୍କୁ ସବୁବେଳେ ପୂଜା କରିବା ଦ୍ୱାରା ଆର୍ଶୀବାଦ ଲାଭକରିବେ ।



