www.samajalive.in
Saturday, December 6, 2025
16.1 C
Bhubaneswar

କର୍ଣ୍ଣାଟକରେ ବିରୋଧୀଙ୍କ ମହାମେଳି

ବେଙ୍ଗାଲୁରୁ: କଂଗ୍ରେସ ନେତୃତ୍ବରେ ବିରୋଧୀ ରାଜନୈତିକ ଦଳଗୁଡିକର ମହାସମାବେଶ ସୋମବାର ଏଠାରେ ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ବୈଠକରେ ୨୬ଟି ବିରୋଧୀ ରାଜନୈତିକ ଦଳ ଏକଜୁଟ୍ ହୋଇଛନ୍ତି। ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ ସହିତ ଆସନ ବୁଝାମଣା ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତି ରାଜ୍ୟରେ ବିରୋଧୀ ଦଳଗୁଡିକ ମଧ୍ୟରେ ନିର୍ବାଚନ ପୂର୍ବ ଆସନ ବୁଝାମଣା କିପରି ହେବ ତାହା ଆଲୋଚନା କରାଯିବ। ଏହା ସହିତ ବିରୋଧୀ ମେଣ୍ଟର ନୂଆ ନାମକରଣ କରାଯିବାର ଯୋଜନା ରହିଛି। ପୂର୍ବରୁ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ନାମରେ ବିରୋଧୀ ଦଳଗୁଡିକ ଏକଜୁଟ ହୋଇଆସୁଥିଲେ। କଂଗ୍ରେସ ନେତୃତ୍ବ ୟୁପିଏ ମେଣ୍ଟ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାସୀନ ରହିଥିଲା। ବିରୋଧୀ ଦଳଗୁଡିକ ଇଭିଏମ୍ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବାକୁ ଯୋଜନା କରିଛନ୍ତି। ଆଲୋଚନା ଆଧାରରେ ଇଭିଏମ୍‌ରେ ପରିବର୍ତ୍ତନ ଆଣିବାକୁ ନିର୍ବାଚନ ଆୟୋଗଙ୍କୁ ସୁପାରିସ କରାଯିବ। ବିରୋଧୀ ଦଳଗୁଡିକ ଏହି ବୈଠକରେ ନୂଆ ମେଣ୍ଟର ନୀତି ଓ ଆଦର୍ଶ ସମ୍ପର୍କରେ ଚିଠା ପ୍ରସ୍ତୁତ ଲାଗି ଏକ କମିଟି ଗଠନ କରିବ। ଏହି କମିଟି ଆସନ ବୁଝାମଣା ଓ ନିର୍ବାଚନ ପ୍ରଚାର ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିବ। ସେହିପରି ମେଣ୍ଟର ଏକ ନୂଆ କାର୍ଯ୍ୟାଳୟ ଖୋଲାଯିବ। ପ୍ରଥମ ଦିନର ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସ୍ବାଗତ ଭାଷଣ ଦେବା ପୂର୍ବକ ନିମନ୍ତ୍ରିତ ରାଜନେତାମାନଙ୍କୁ ସ୍ବାଗତ କରିଥିଲେ।
ବୈଠକରେ କଂଗ୍ରେସ ସଂସଦୀୟ ବୋର୍ଡ ସଭାପତି ସୋନିଆ ଗାନ୍ଧୀ, ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସମେତ ଟିଏମସି, ଆପ୍‌, ଡିଏମକେ, ଆରଜେଡି, ଜେଡିୟୁ ଭଳି ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଛନ୍ତି। ପ୍ରଥମ ଦିନର ବୈଠକରେ ଏନସିପି ମୁଖ୍ୟ ଶରଦ ପୱାର ଯୋଗ ଦେଇ ନଥିବାବେଳେ ମଙ୍ଗଳବାର ସେ ବୈଠକକୁ ଆସିବେ ବୋଲି କୁହାଯାଇଛି। ଜୁନ୍‌ ୨୩ରେ ବିହାରର ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ବିରୋଧୀ ଦଳଙ୍କ ବୈଠକ ନିୟମିତ ବ୍ୟବଧାନରେ ଅନୁଷ୍ଠିତ ହେବ। ସୋମବାର ବୈଠକ ପରେ ରାତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଦ୍ବାରା ନୈଶ ଭୋଜିର ଆୟୋଜନ କରାଯାଇଥିଲା। ବିରୋଧୀଙ୍କ ବୈଠକକୁ ସମାଲୋଚନା କରି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ପରିବାରବାଦ ରାଜନୀତିକୁ ସୁରକ୍ଷା ଦେବା ଲାଗି ବିରୋଧୀ ଦଳଗୁଡିକୁ ଏକଜୁଟ ହୋଇଛନ୍ତି। ଅନ୍ୟତମ ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସୁବିଧାବାଦୀ ଓ କ୍ଷମତା ପିପାସୁମାନେ କ୍ଷମତା ଦଖଲ ଲାଗି ଏକଜୁଟ୍ ହୋଇଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories