www.samajalive.in
Sunday, December 14, 2025
17.1 C
Bhubaneswar

ସାହାରପଡା ମିଶନ ଶକ୍ତି ତରଫରୁ ସଚେତନତା କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକ ଅନ୍ତର୍ଗତ ବଡ଼ବିଲ ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସଭାଗୃହ ଠାରେ ସାହାରପଡା ବ୍ଲକ ମିଶନ ଶକ୍ତି ପକ୍ଷରୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ସମ୍ବନ୍ଧୀୟ ଏକ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜିକା ଦୀପଞ୍ଜଳି ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ବ୍ଲକ ମହାସଂଘର ଶକ୍ତି ସହାୟିକା ହେମଲତା ମହାନ୍ତ, ବଡ଼ବିଲ ବ୍ୟାଙ୍କର ପରିଚାଳକ ପରେଶ କୁମାର ସେଠୀ, ବ୍ୟାଙ୍କ ମିତ୍ର ରଚିତା ମହାନ୍ତ, କପୁଣ୍ଡି ଗ୍ରାମପଞ୍ଚାୟତର ସଭାନେତ୍ରୀ ଅନୁପମା ମହାନ୍ତ, ସମ୍ପାଦିକା ଛବିରାଣୀ ନାଏକ ଉପସ୍ଥିତ ରହିଥିବା ବେଳେ ଏପିଏଫ ଅଜିଜ ପ୍ରେମଜି ଫାଉଣ୍ଡେସନ ସିୱାଇଏସଡି ତରଫରୁ ତୋଫାନ କୁମାର ସେଠୀ, ରାମ ଗୋପାଳ ଦାସ ସାମାଜିକ ସୁରକ୍ଷା ବାବଦରେ ଆଲୋଚନା କରିଥିଲେ। ଯେଉଁଥିରେ ଗ୍ରାମାଞ୍ଚଳରେ ରହୁଥିବା ତୃଣମୂଳ ସ୍ତରରେ ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହେଉଥିବା ହିତାଧିକାରୀ ମାନଙ୍କୁ କିପରି ସରକାରୀ ସହାୟତା ପହଞ୍ଚି ପାରିବ ଏବଂ ସେଥିରେ ମାଆମାନଙ୍କ ଭୂମିକା କ’ଣ ରହିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ଓଡିଶା ମିଲେଟ ମିଶନ କେନ୍ଦୁଝର ଓ କୃଷି ବିଭାଗ ସହାୟତାରେ ମାଣ୍ଡିଆ ଓ ପୁଷ୍ଟିକର ଶସ୍ୟ ଫସଲର ଉତ୍ପାଦନ ଓ ଅଭିବୃଦ୍ଧି ନିମନ୍ତେ ସାହାରପଡା ବ୍ଲକରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ ସିୱାଇଏସଡି ତରଫରୁ ସିଆରପି ପାର୍ଥସାରଥୀ ପାତ୍ର ଯୋଗ ଦେଇ ଏହି ମାଣ୍ଡିଆ ଚାଷର ଉପକାରିତା ଏବଂ ସରକାରଙ୍କ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କରେ ଆଲୋକପାତ କରିଥିଲେ। ତେବେ ଏହି ସଚେତନା କାର୍ଯ୍ୟକ୍ରମରେ ୨ଟି ଗ୍ରାମ ପଞ୍ଚାୟତରୁ ପାଖାପାଖି ୫୦ ଜଣ ଏସଏଚଜି ମହିଳା ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories