www.samajalive.in
Monday, December 15, 2025
14.1 C
Bhubaneswar

ସାହାରପଡା ଅଞ୍ଚଳରେ ୨୨ ଘରିଆ ହାତୀପଲ, ରାତିରେ ଭାଙ୍ଗିଲେ ୨ଟି ଘର

ପାଟଣା : କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଧିନସ୍ଥ ଭୋଳପଡ଼ା, ଶଙ୍ଖୁଆ ଏବଂ ବୁଢାବଣ ଗ୍ରାମ ନିକଟ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୩ ଦିନ ହେଲାଣି ୨୨ଘରିଆ ହାତୀ ପଲ ଡେ଼ରା ପକାଇଛନ୍ତି । ଦିନ ବେଳା ହାତୀପଲ ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ନଇଁଲେ ଗାଁ ମୁହାଁ ହୋଇ ଘର ଭାଙ୍ଗିବା ସହ ଗଛିତ ଥିବା ଧାନ ଚାଉଳ ଏବଂ ବାଡ଼ିରେ ଥିବା ପନିପରିବା ଖାଇବା ସଙ୍ଗେ ସଙ୍ଗେ ଦଳିଚକଟି ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ହାତୀପଲ ଗତ ରାତିରେ ୨ଟି ଘର ଭାଙ୍ଗିଛନ୍ତି । ଶଙ୍ଖୁଆ ଗ୍ରାମର ମନ୍ତ୍ରୀ ଦେହୁରୀ ଏବଂ ଶ୍ରୀଧର ନାଏକଙ୍କର ଘର ବୋଲି ସାହାରପଡ଼ା ବନପାଳ ଭୂପତି କୁମାର ସେଠୀଙ୍କ ପକ୍ଷରୁ ସୂଚନା ମିଳିଛି । ସାହାରପଡା ବନପାଳଙ୍କ ଉପସ୍ଥିତିରେ ଅନ୍ୟ ବନ କର୍ମଚାରୀ ମାନେ ହାତୀପଲର ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ହାତୀପଲ ବୁଢାବଣ ଗ୍ରାମର ଚାତୁରୀସାହି ନିକଟ ଜଙ୍ଗଲରେ ଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories