ଆହାର କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କଲେ ନିର୍ବାହୀ ଅଧିକାରୀ

ଚୌଦ୍ୱାର :  ଚୌଦ୍ୱାର ପୌରନିର୍ବାହୀ ଅଧିକାରୀ ଶୁକ୍ରବାର ଗାନ୍ଧି ଛକ ଠାରେ ଥିବା ଆହାର କେନ୍ଦ୍ରଙ୍କୁ ଯାଇ ବିଭିନ୍ନ ବିଷୟରେ  ଯାଞ୍ଚ କରିଛନ୍ତି। କେନ୍ଦ୍ରର ସ୍ୱଚ୍ଛତା, ଖାଦ୍ୟର ମାନ,ସଫେଇ ଓ ସର୍ବସାଧାରଣ କିଭଳି ସୁଚାରୁ ରୂପେ ଦିଆଯାଉଥିବା ସେବା ପାଇପାରିବେ ସେ ଦିଗରେ ନିର୍ବାହୀ ଅଧିକାରୀ ସଂଞ୍ଜୀବ କୁମାର ମହାପାତ୍ର କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।  ଆହାର କେନ୍ଦ୍ରରେ ସ୍ୱଚ୍ଚତାକୁ ଗୁରୁତ୍ୱ ଦେବାପାଇଁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇ ନିଜେ ମଧ୍ୟ ଆହାର ଖାଦ୍ୟ ଖାଇଥିଲେ। କେନ୍ଦ୍ରରେ ଥିବା କିଛି ଅସୁବିଧାକୁ ଉପଲବ୍ଧି କରି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲିି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.