www.samajalive.in
Tuesday, December 9, 2025
19.1 C
Bhubaneswar

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ। ରାତି ୭ଟାରୁ ଖେଳାଯିବ ମ୍ୟାଚ। ବାରବାଟୀରେ ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ପଛରେ ବୋଲିଂ କରିବା ପାଇଁ ଭାରତ ପାଇଁ ଚ୍ୟାଲେଞ୍ଜ ହେବ। ପ୍ରଥମେ ବ୍ୟାଟିଂ କରିବ ଭାରତ। ଚୂଡାନ୍ତ ଏକାଦଶରେ ନାହାନ୍ତି ସାମସନ୍ । ଜିତେଶ୍ ଶର୍ମା ଖେଳିବେ। ବୁମ୍‌ରା, ଅର୍ଶଦୀପ, ବରୁଣ, ଅକ୍ଷର ବୋଲିଂ ସମ୍ଭାଳିବେ। ପାଣ୍ଡ୍ୟା ଏବଂ ଦୁବେ ଅଲରାଉଣ୍ଡର ଦାୟିତ୍ଵ ତୁଲାଇବେ। ଅଭିଷେକ ଶର୍ମା ଏବଂ ଶୁବମନ୍ ଗିଲ୍‌ ଓପନ୍ କରିବେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories