www.samajalive.in
Thursday, December 11, 2025
14.1 C
Bhubaneswar

ଏଟିପି ମାନ୍ୟତା : ଶୀର୍ଷରେ ରହିଲେ ଆଲ୍‌କାରାଜ

ପ୍ୟାରିସ : ୱିମ୍ବଲଡନ ପୁରୁଷ ଏକକ ବିଜେତା ସ୍ପେନ୍‌‌ର ଯୁବ ତାରକା ୨୦ ବର୍ଷୀୟ କର୍ଲୋସ ଆଲକାରାଜ ସଦ୍ୟ ପ୍ରକାଶିତ ଏଟିପି ମାନ୍ୟତାରେ ତାଙ୍କ ଶୀର୍ଷସ୍ଥାନକୁ ଦୃଢ କରିଛନ୍ତି। ଫାଇନାଲରେ ଆଲକାରାଜଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌‌ ହୋଇଥିବା ୩୬ ବର୍ଷୀୟ ସର୍ବିିୟାର ନୋଭାକ ଜୋକୋଭିକ୍‌ ୨ୟ ସ୍ଥାନରେ ସ୍ଥିର ରହିଛନ୍ତି। ଏଟିପି ମାନ୍ୟତାର ପ୍ରଥମ ୧୩ଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ୩ୟ, ନରୱେର କାସ୍ପରର ରୁଡ ୪ର୍ଥ, ଗ୍ରୀସ୍‌‌ର ଷ୍ଟିଫାନସ ସିସିପାସ୍‌ ୫ମ, ଡେନମାର୍କର ହୋଲ୍‌ଜର ରୁନ୍‌ ୬ଷ୍ଠ, ରୁଷିଆର ଆନ୍ଦ୍ରେଇ ରୁବ୍‌ଲେଭ୍‌ ୭ମ, ଇଟାଲୀର ୟାନିକ ସିନର ୮ମ, ଆମେରିକାର ଟେଲର ଫ୍ରିଜ୍‌‌ ୯ମ ଓ ଫ୍ରାନ୍‌ସେସ୍କୋ ଟିଆଫୋ ୧୦ମ ସ୍ଥାନରେ ରହିଛନ୍ତି।
ସଦ୍ୟ ପ୍ରକାଶିତ ଡବ୍ଳ୍ୟୁଟିଏ ମାନ୍ୟତାରେ ଚେକ୍‌‌ ଗଣରାଜ୍ୟର ମାର୍କେଟା ଭ‌େ‌ନ୍ଦ୍ରୗସୋଭା ଶୀର୍ଷ-୧୦ରେ ସ୍ଥାନ ପାଇଛନ୍ତି। ୱିମ୍ବଲଡନରେ ପ୍ରଥମ ଅଣିସିଡେଡ୍‌ ଖେଳାଳି ଭାବେ ମହିଳା ଏକକ ଟାଇଟଲ ଜିତି ଇତିହାସ ସୃଷ୍ଟିକରିବା ସହ ସେ ଏହି ସଫଳତା ପାଇଛନ୍ତି। ୪୨ତମ ସ୍ଥାନରେ ରହିଥିବା ଭ‌େ‌ନ୍ଦ୍ରୗସୋଭା ୩୨ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନରେ ପହଞ୍ଚିଛନ୍ତି। ଡବ୍ଳ୍ୟୁଟିଏ ମାନ୍ୟତାର ପ୍ରଥମ ୭ଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୋଲାଣ୍ଡର ଇଗା ସ୍ବିଆଟେକ୍‌ ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବେଲାରୁଷ ଆରିନା ସାବାଲେଙ୍କା ୨ୟ, କାଜାଖସ୍ତାନର ଏଲିନା ରିବାକିନା ୩ୟ, ଆମେରିକାର ଜେସିକା ପେଗୁଲା ୪ର୍ଥ, ଫ୍ରାନ୍‌ସର କାରୋଲିନ୍‌‌ ଗାର୍ସିଆ ୫ମ, ଟ୍ୟୁନିସିଆର ଓନ୍‌ସ ଜାବ୍ୟୁର ୬ଷ୍ଠ, ଆମେରିକାର କୋକୋ ଗୌଫ୍‌‌ ୭ମ ସ୍ଥାନରେ ରହିଛନ୍ତି। ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିଟୋଭା ଗୋଟିଏ ସ୍ଥାନ ଉପରକୁ ଉଠି ୮ମ, ଗ୍ରୀସ୍‌‌ର ମାରିଆ ସାକାରି ଗୋଟିଏ ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories