www.samajalive.in
Thursday, December 11, 2025
16.1 C
Bhubaneswar

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା – କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଆରଟିଓ ଙ୍କ ନିୟନ୍ତ୍ରିତ ଇଣ୍ଟରସେପ୍ଟର ଗାଡି ଟି ଗୋଟାଏ ଗାଡି ର ଫଟୋ ଉଠାଇଥିବା ବେଳେ, ନିୟମ ଉଲଙ୍ଘନ କରିଥିବା ଦର୍ଶାଇ ଅନ୍ୟ ଜଣେ ଗାଡି ମାଲିକ ଙ୍କୁ ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ଏହି ବିଷୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ ଗତ ୨ ତାରିଖ ଦିନ ୨୬ ନମ୍ୱର୍ ଜାତୀୟ ରାଜପଥ ର ବାଦଲି ନିକଟରେ ପରିବହନ ବିଭାଗ ର ଇଣ୍ଟରସେପ୍ଟର ଗାଡିଟି, ଗାଡି ମୋଟର ଯାଞ୍ଚ କରୁଥିଲା। ଏଥିରେ ଓଡି ୦୮ ଆର ୮୪୦୬ ନମ୍ବରର ଏକ ହୋଣ୍ଡା ବାଇକ ଚାଳକ ହେଲମେଟ୍ ପିନ୍ଧିନଥିବା, ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ଓ ବାଇକର ପଲ୍ୟୁସନ ସାର୍ଟିଫିକେଟ ନଥିବା ଦର୍ଶାଇ ୧୬ ହଜାର ଟଙ୍କାର ଫାଇନ କରାଯାଇଥିଲା। ହେଲେ ଗୋଟାଏ ଗାଡି ର ଫଟୋ ଉଠାଇ ଅନ୍ୟଜଣେ ବାଇକ୍ ମାଲିକଙ୍କୁ ନୋଟିସ ଯାଇଛି। ଆଇଁଲି ଗାଁର କୁଲମଣି ସାହୁଙ୍କ ମୋବାଇଲକୁ ଜୋରିମାନା ଜମା କରିବାକୁ ମେସେଜ ଆସିଥିଲା। ଏହାଦେଖି ସମ୍ପୃକ୍ତ ବାଇକ୍ ମାଲିକ ଚକିତ ହେଇ ଯାଇଥିଲେ। କାରଣ ସେହିଦିନ ଅସୁସ୍ଥତା ଯୋଗୁଁ ଆଇଁଲି ଗାଁ ର ଅବସରପ୍ରାପ୍ତ ଶିକ୍ଷକ କୁଲମଣି ସାହୁ ଲଡୁଗାଁ ର ଏକ ଡାକ୍ତରଖାନା କୁ ଆସି ନିଜ ଗାଁ କୁ ଫେରିଥିଲେ। ସେହି ଦିନ ସେ ଭବାନୀପାଟଣା ଆସିନଥିଲେ କିମ୍ବା ଫଟୋ ଉଠିଥିବା ବାଇକ୍ ଟି ମଧ୍ୟ ତାଙ୍କର ନୁହେଁ ବୋଲି ସେ ଦାବି କରିଛନ୍ତି।

- Advertisement -

ମୋବାଇଲ ରେ ମେସେଜ ପାଇ ସେ ପରିବହନ କାର୍ଯ୍ୟଳୟ ସହିତ ଯୋଗାଯୋଗ କରିବାରୁ ସେ ଦିନ ବାଦଲି ନିକଟରେ ଓଆର୍ ୦୮ ଆର ୮୬୦୬ ନମ୍ବରର ଏକ ପଲସର୍ ବାଇକ ଚାଳକ ହେଲମେଟ ପିନ୍ଧି ନଥିବା ଫଟୋ ଉଠିଛି। ଅଥଚ ଆଇନ ଉଲଂଘନ କରିଥିବା ବାଇକ୍ ମାଲିକ ଙ୍କ ବଦଳରେ ତାଙ୍କୁ ଜୋରିମାନା ନିର୍ଦ୍ଦେଶ ଦେଇଥିବା ଜାଣି ସେ ଆପତ୍ତି କରିଥିଲେ। ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ତୁରନ୍ତ ଭୁଲ ନ ସୁଧୁରିଲେ କୋର୍ଟ ରୁ ନୋଟିସ ଆସିଯିବ ବୋଲି ଅଭିଯୋଗକାରୀ ଆତଙ୍କିତ ଅଛନ୍ତି। ଏନେଇ ଭାରପ୍ରାପ୍ତ ଆରଟିଓ ଙ୍କୁ ପଚାରିବାରୁ ସେ କିଛି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ତେବେ ଆରଟିଓ ଅଫିସ ସହିତ ଯୋଗାଯୋଗ କରିବାରୁ ଅଳ୍ପ ଦିନ ମଧ୍ୟରେ ଭୁଲ ସୁଧାରିବୁ ବୋଲି ଜନୈକ କର୍ମଚାରୀ “ସମାଜ” କୁ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆଜିକାଲି ଅନ ଲାଇନ ବା ଡ଼ିଜିଟାଲ ଯୁଗରେ ଏଭଳି ତ୍ରୁଟି କିଭଳି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏପରିକି ଫଟୋ ଉଠାବାରେ ସୀମିତ ଥିବା ଇଣ୍ଟରସେପ୍ଟର ଗାଡିଟି, ଚାଳକ ଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା କିଭଳି ଜାଣି ପାରୁଛି ବୋଲି ପ୍ରଶ୍ନ ଉଠୁଛି। ଅତୀତରେ ଏଭଳି ଅନେକ ଗାଡି ମାଲିକଙ୍କୁ ବିନା କାରଣରେ ଅଧିକ ଜୋରିମାନା ନୋଟିସ ଦେଇ ମାନସିକ ଯନ୍ତ୍ରଣା ଦେଉଥିବା ଇଣ୍ଟରସେପ୍ଟର ଗାଡି ଏବଂ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ପ୍ରତି ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories