www.samajalive.in
Thursday, December 11, 2025
16.1 C
Bhubaneswar

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ – ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା ଦୁଇଜଣ ନାବାଳିକାଙ୍କୁ ଆଠଗଡ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସେମାନେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଥିବାବେଳେ ମଙ୍ଗଳବାର ଆଠଗଡ଼ ଫେରୁଥିବାବେଳେ କଟକର ତିନୋଟି ସ୍ଥାନରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲେ । ଏଥିସହିତ ତାଙ୍କୁ ସାଥିରେ ନେଇ ଯାଇଥିବା ଜଣେ ଯୁବକଙ୍କୁ ମଧ୍ଯ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଗତ ଡିସେମ୍ବର ୧ ତାରିଖରେ ଆଠଗଡ ରାଜବାଟୀ ନଗରର ଅଶୋକ କୁମାର ବେହେରା ଏବଂ କନ୍ତୋଲର ମାନସ କୁମାର ସାହୁଙ୍କ ପତ୍ନୀ ସତ୍ୟଭାମା ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ଆଠଗଡ଼ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ନିଖୋଜ ଥିବା ଦୁଇ ନାବାଳିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଠଗଡ଼ ଝରଣଛକ  ନିକଟକୁ ଟ୍ୟୁସନ ପଢ଼ିବାକୁ ଆସି ସେଠାରୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଯାଇ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାପଡିଥିଲା। ଆଠଗଡ ଆଇଆଇସି ସୁମତି କୁମାରୀ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ବେଳେ ସେମାନେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଥିବା ଜାଣିବାକୁ ମିଳିଥିଲା । ସେମାନଙ୍କୁ ନେଇ ଯାଇଥିବା ଯୁବକଙ୍କ ତାର ଜଣେ ସାଙ୍ଗ ଜରିଆରେ ସେମାନଙ୍କୁ ଠାବ କରି ଓଡିଶା ଫେରିବାକୁ ପ୍ରବର୍ତ୍ତା ଯାଇଥିଲା। ଗତକାଲି ସେମାନେ କୋଣାର୍କ ଏକ୍ସପ୍ରେସରେ ଓଡ଼ିଶା ଫେରୁଥିବା ଜାଣି ଆଠଗଡ ପୁଲିସ କଟକର ବାଦାମବାଡ଼ି, ଓଏମପି ଛକ ଏବଂ ଲିଙ୍କରୋଡ ଅଞ୍ଚଳରେ ଡେରା ପକାଇ ସେମାନଙ୍କୁ ଠାବ କରି ଆଠଗଡ଼ ଥାନାକୁ ଅଣିଥିଲେ । ଉଭୟ ନାବାଳିକାଙ୍କ ବୟାନ ରେକର୍ଡ ପରେ ସେମାନଙ୍କୁ ଷ୍ଟେ ହୋମରେ ରଖା ଯାଇଥିବାବେଳେ ସେମାନଙ୍କୁ ନେଇ ଯାଇଥିବା ତିଗିରିଆ ଥାନା ଅନ୍ତର୍ଗତ କଳିବିରି ଗ୍ରାମର ଅଜୟ କୁମାର ଦଳାଇଙ୍କ ପୁଅ ରାକେଶ କୁମାର ଦଳାଇ (୨୦)ଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଆଇଆଇସି ସୁଶ୍ରୀ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories