ଭବାନୀପାଟଣା – ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କର ଟି ରାୟଗଡ଼ା ପଟୁ ଭବାନୀପାଟଣା ପଟକୁ ଆସୁଥିଲା। ଟ୍ୟାଙ୍କର ଓଲଟି ପଡ଼ିବାରୁ ସେହି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ତେବେ ଗ୍ୟାସ ନିର୍ଗତ ହେବା ନେଇ ସୂଚନା ମିଳୁନାହିଁ ବୋଲି ଘଟଣାସ୍ଥଳରେ ଥିବା ସଦର ଉପ ଜିଲାପାଳ ପ୍ରଭାତ ପରିଡ଼ା ” ସମାଜ” କୁ ସୂଚନା ଦେଇଛନ୍ତି।
ତଥାପି ସେହି ରାସ୍ତାଦେଇ ଯାଇଥିବା ୩୩ କେଭି ଏବଂ ୧୧ କେଭି ବିଦ୍ୟୁତ୍ ସଂଯୋଗ ବନ୍ଦ ରଖାଯାଇଥିବା ସେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ, ନର୍ଲା ପୋଲିସ ଏବଂ ବିପିସିଏଲ୍ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଦୁର୍ଘଟଣାରେ ଟ୍ୟାଙ୍କର ର ସମ୍ମୁଖ ଭାଗ ବା ଇଞ୍ଜିନ କ୍ଷତିଗ୍ରସ୍ତ ହେଇଛି। ବଲାଙ୍ଗୀର ରୁ ବିଶେଷଜ୍ଞ ଦଳ ପହଞ୍ଚିଲେ ଟ୍ୟାଙ୍କର ରୁ ଗ୍ୟାସ ନିର୍ଗତ ହେଉଛି କି ନାହିଁ ଜଣାପଡ଼ିବ।
ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା
ଆବଶ୍ୟକସ୍ଥଳେ ଅନ୍ୟ ଇଞ୍ଜିନ ରେ ଟ୍ୟାଙ୍କର ନିଆଯିବ କିମ୍ବା ଅନ୍ୟ ଟ୍ୟାଙ୍କରରେ ଗ୍ୟାସ କୁ ସ୍ଥାନାନ୍ତର କରାଯିବ ବୋଲି ଉପଜିଲାପାଳ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳ ଆଖପାଖରେ ଜନବସତି ନଥିବାରୁ ସମସ୍ୟା ସୃଷ୍ଟି କରୁ ନାହିଁ। ତେବେ ଟ୍ୟାଙ୍କର କୁ ଅନ୍ୟତ୍ର ନିଆନଯିବା ଯାଏଁ ଲାଞ୍ଜିଗଡ ବେଦାନ୍ତ କୁ ପରିବହନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ୨୦୨୩ ମାର୍ଚ୍ଚ ମାସରେ ଭବାନୀପାଟଣା ରୁ ଖଡ଼ିଆଳ ରାସ୍ତାର କର୍ଲାଗୁଡ଼ା ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିଲା। ସେଥିରୁ ଗ୍ୟାସ ନିର୍ଗତ ହେବାରୁ ୩ ଦିନ ଧରି ଆଖପାଖ ଅଞ୍ଚଳରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଇଥିଲେ।



