www.samajalive.in
Sunday, December 7, 2025
18.1 C
Bhubaneswar

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ଏବଂ ଧନ ସମୃଦ୍ଧି ବଢିଥାଏ। ବିଶ୍ଵାସ କରାଯାଏ ଯଦି ନିଜ ଘରର ବାତାବରଣ ସକାରାତ୍ମକ ଏବଂ ସନ୍ତୁଳିତ ରହେ , ତେବେ ସେହି ଘରେ ରହୁଥିବା ଲୋକଙ୍କ ମଧ୍ୟରେ ସୁଖ ସମୃଦ୍ଧି ଏବଂ ଧନ ବଢେ। ସେଥିପାଇଁ କୁହାଯାଏ ଧନୀ ଏବଂ ସଫଳ ଲୋକଙ୍କ ଘରେ କିଛି ବିଶେଷ ବସ୍ତୁ ସର୍ବଦା ମହଜୁଦ୍ ରହିଥାଏ। ଏହାକୁ କେବଳ ଘର ସଜାଇବା ପାଇଁ ରଖାଯାଏ ନାହିଁ , ବରଂ ଏହାକୁ ଶୁଭ ମନାଯାଏ। ଆସନ୍ତୁ ସେମିତି କିଛି ଜିନିଷ ସମ୍ପର୍କରେ ଜାଣିବା…

୧-ମନି ପ୍ଲାଣ୍ଟ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନି ପ୍ଲାଣ୍ଟ ଗଛକୁ ବହୁତ ଶୁଭ ମନାଯାଏ। ବିଶ୍ଵାସ ରହିଛି ଏହି ଗଛ ଘରେ ରଖିବା ଦ୍ଵାରା ଧନ , ସୌଭାଗ୍ୟ ଏବଂ ସୁଖ ସମୃଦ୍ଧି ବୃଦ୍ଧି ଘଟିଥାଏ। ଏହି ଗଛକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍। କାରଣ ଏହି ଦିଗକୁ ଧନ ଏବଂ ସମୃଦ୍ଧିର ଦିଗ ବୋଲି ମନାଯାଏ। ଏହାକୁ ଭଗବାନ ଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କର ଉର୍ଜାରେ ଯୋଡାଯାଏ। ମନି ପ୍ଲାଣ୍ଟ ଗଛକୁ କେବେହେଲେ ଘରର ବାହାରେ କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ। ନଚେତ୍ ଧନହାନୀ ଘଟିବା ସହ ଆର୍ଥିକ ସଙ୍କଟ ଦେଖାଦେଇଥାଏ।

- Advertisement -

୨- ବୋହି ଯାଉଥିବା ଜଳ : ବାସ୍ତୁ ଶାସ୍ତ୍ର ଅନୁଯାୟର ବୋହି ଯାଉଥିବା ଜଳକୁ ମଧ୍ୟ ଶୁଭ ମନାଯାଏ। ଲଗାତାର ଭାବେ ପାଣି ବୋହିଯିବା ଜୀବନରେ ଉର୍ଜା, ଗତିବିଧି ଏବଂ ନିରନ୍ତର ଧନ ଆସିବାର ସଙ୍କେତ ଅଟେ। ସେଥିପାଇଁ କିଛି ଧନୀ ଲୋକଙ୍କ ଘରେ କିମ୍ବା ଘରକୁ ପ୍ରବେଶ କରିବା ଦ୍ଵାର ନିକଟରେ ଛୋଟ ପାଣି ସୁଆର ( ଫାଉଣ୍ଟେନ୍) କରାଯାଇଥାଏ। ଏହା କେବଳ ସୁନ୍ଦର ଦେଖାଯାଇନଥାଏ , ଏହା ଘରର ବାତାବରଣକୁ ମଧ୍ୟ ସକାରାତ୍ମକ କରିଥାଏ। ତେବେ ପାଣି ସୁଆର ସର୍ବଦା ଘର ଉତ୍ତର ଦିଗରେ କରିବା ଶୁଭ ମନାଯାଏ। କାରଣ ଏହି ଦିଗରେ ଧନର ଦେବତା କୁବେର ବାସ କରନ୍ତି।

୩- ଲାଫିଙ୍ଗ୍ ବୁଦ୍ଧ: ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତିକୁ ଖୁସି, ସୌଭାଗ୍ୟ ଏବଂ ସକାରାତ୍ମକ ଉର୍ଜାର ପ୍ରତୀକ ଭାବେ ମନାଯାଏ। ଏହି ମୂର୍ତ୍ତି ରଖିବା ଦ୍ଵାରା ଘରେ ସର୍ବଦା ହସ , ଖୁସିର ମାହୋଲ ରହିଥାଏ। ମନ ହାଲୁକା ରହିବା ସହ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories