ସୋମବାର ରାଶିଫଳ (୧୭ ଜୁଲାଇ ୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Jul 17, 2023 Share ମେଷ : କୀର୍ତ୍ତିମାନ୍ କବିଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ଶାସ୍ତ୍ର ଅଧ୍ୟୟନକୁ ବ୍ରତଭାବେ ଗ୍ରହଣ କରିବେ। ପତ୍ନୀ ସ୍ନେହୀ ହେବେ। ଜନସମ୍ପର୍କ ଦୃଢ଼ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଅର୍ଥାଗମ ହେବ। ବୃଷ : ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଉପକାରୀ ଲୋକଙ୍କ ପ୍ରତି କୃତଜ୍ଞ ନ ହୋଇପାରନ୍ତି। ଆଗଧ ପରିଶ୍ରମ କରି କିଛିଟା ଧନ ଅର୍ଜନ କରିପାରନ୍ତି। ଭାଗ୍ୟବଳରେ ସହାୟତା ମିଳିବ। ସପତ୍ନୀକ ସୁଖୀ ହେବେ। ମିଥୁନ : ସନ୍ତପ୍ତ ଚିତ୍ତ ହୋଇପାରନ୍ତି। ଶତ୍ରୁ ଦ୍ବାରା ଉତ୍ପୀଡ଼ିତ ହୋଇପାରନ୍ତି। ପିତାମାତାଙ୍କ ହେତୁ କ୍ଲେଶ ଭୋଗ କରିପାରନ୍ତି। ଧନାଗମ ହେଉ ହେଉ ଅଟକି ଯାଇପାରେ। ଲୁକ୍କାୟିତ ଗୁଣ ପ୍ରସାର ଘଟାଇ ପାରନ୍ତି। କର୍କଟ : ଖରାପ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ସାମାନ୍ୟ ସୁଖ ଭୋଗ କରୁଥିବାବେଳେ ଶେଷରେ ନିରାଶ ହେବାକୁ ପଡ଼ିବ। ପ୍ରଚଣ୍ଡ ସୂର୍ଯ୍ୟକିରଣ ସହିବା ଆପଣଙ୍କ ପକ୍ଷେ କଷ୍ଟସାଧ୍ୟ ହେବ। ସିଂହ : କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। ସଦାସର୍ବଦା ସମୃଦ୍ଧିର ବାତାବରଣ ତିଷ୍ଠି ରହିବ। ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଉତ୍ଫୁଲ୍ଲିତ ହେବେ। ଠାକୁରଙ୍କ ଆଶୀର୍ବାଦ ରହିଛି। କନ୍ୟା : ବାକ୍ପଟୁତା ଊଣା ହୋଇପାରେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରକୁ ଉଳମୟ କରିବେ। Related Posts ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହେଲା… Jan 8, 2025 ରାଜଧାନୀରେ ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ… Jan 8, 2025 ତୁଳା : ବିନୟାବନତ ହୋଇପାରନ୍ତି। ଜଣେ ମହାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ପାଣ୍ଡିତ୍ୟ ନଥାଇ ବି ସଦାସର୍ବଦା ସତ୍ପଥଗାମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଛା : ଅତ୍ୟଧିକ ପରିଶ୍ରମ କରି ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ନିଗ୍ଧମତିସମ୍ପନ୍ନ ହୋଇପାରନ୍ତି। ସମ୍ମୁଖ ସମରରୁ ଓହରି ଯାଇପାରନ୍ତି। ପୂର୍ବ ସୁକୃତି ପାଇଁ ମନରେ ଟାଣପଣ ରହିବ। ଆଗକୁ ବଢ଼ିପାରନ୍ତି। ଧନୁ : ମନର ଅବସ୍ଥା ଆତୁରିତ ହୋଇପାରେ। ଧର୍ମକୁ ଛାଡ଼ି କେବଳ କର୍ମ ଉପରେ ବିଶ୍ବାସ ରଖିବେ। ଗୁଣ ପ୍ରକାଶ କରିବାର ପଶ୍ଚାତ୍ପଦ ହୋଇପାରନ୍ତି। ଅନ୍ୟର ମାୟାଜାଲରେ ଫସିଯାଇ ପାରନ୍ତି। ମକର : ସୁଖହୀନ ହୋଇପାରନ୍ତି। ଦାରିଦ୍ର୍ୟର ଶିକାର ହୋଇପାରନ୍ତି। ସଦାସର୍ବଦା ଆତୁର ହୋଇପାରନ୍ତି। ଶତ୍ରୁମାନେ ଅପସରି ଯାଇପାରନ୍ତି। ଅବସ୍ଥାକୁ ଦେଖି ବ୍ୟବସ୍ଥା ସ୍ବରୂପ ଖର୍ଚ୍ଚ କାଟ କରିବାକୁ ବାଧ୍ୟ ହେବେ। କୁମ୍ଭ : ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇ ପାରନ୍ତି। ଧନ କଷ୍ଟ ଓ ମନ କଷ୍ଟ ସବୁକିଛି ଭୋଗୀ ପାରନ୍ତି। ପୁତ୍ର ସନ୍ତାନର କାର୍ଯ୍ୟକଳାପ ଉପରେ ବିରକ୍ତି ପ୍ରକାଶକ କରିପାରନ୍ତି। ଅସାଧ୍ୟ ସାଧନ କରିବାରେ ପାରଙ୍ଗମ ହେବେ। ମୀନ : ସୁଖ ମିଳିବା କଷ୍ଟସାଧ୍ୟ ହେବ। ଆଜି ଦିନଟି ଆପଣଙ୍କ ଅଶୁଭ ହୋଇପାରେ। ତୁରନ୍ତ ତର୍କରୁ ଓହରିଯିବା ଆପଣଙ୍କ ପକ୍ଷେ ଭଲ ହେବ। ଆପଣଙ୍କ ପ୍ରଭାବ କ୍ଷୁଣ୍ଣ ହୋଇପାରେ। ବନ୍ଧୁମାନେ କରଛଡ଼ା ଦେବେ। Share FacebookTwitterWhatsApp
Comments are closed.