www.samajalive.in
Friday, December 12, 2025
23.1 C
Bhubaneswar

ବୌଦ୍ଧ ଜିଲ୍ଲାପାଳଙ୍କ ସରକାରୀ ଯୋଜନା କାର୍ଯ୍ୟକାରୀ ନେଇ ସମୀକ୍ଷା

ହରଭଙ୍ଗା : ବୌଦ୍ଧ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ ଦାୟିତ୍ୱ ଗ୍ରହଣ ପରେ ଗୁରୁବାର ପ୍ରଥମଥର ପାଇଁ ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ଶ୍ରୀ ସ୍ୱାଇଁ ହରଭଙ୍ଗା ବ୍ଲକରେ ପହଞ୍ଚି ପ୍ରଥମେ ବିଡିଓଙ୍କ ସହ ସରକାରଙ୍କ ବିଭିନ୍ନ ଯୋଜନା ବ୍ଲକର ବିଭିନ୍ନ ଦିଗ ଉପରେ ବି.ଡି.ଓଙ୍କ ସହ ପଙ୍ଖାନୁପଙ୍ଖ ଆଲୋଚନା କରିଥିଲେ। ଏହାପରେ ବ୍ଲକ ସଦଭାବନା ଗୃହରେ ବ୍ଲକର ସମସ୍ତ କର୍ମଚାରୀ, ପିଇଓ, ଜିଆରଏସମାନଙ୍କୁ ନେଇ ଏକ ବୈଠକ କରିଥିଲେ । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଶେଷକରି ମୋ-ଘର କାର୍ଯ୍ୟକ୍ରମ, ଆବାସ ଯୋଜନା, ମନରେଗା କାର୍ଯ୍ୟକ୍ରମ, ମୋ ଓଡିଶା ନବୀନ ଓଡିଶା ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଲୋକଙ୍କ କାମ ସଠିକ ଢଙ୍ଗରେ କରିବାପାଇଁ ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସମସ୍ତ ସହଯୋଗରେ କିପରି ସରକାରୀ ଯୋଜନାସବୁ ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚି ପାରିବ ସେ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ । କୌଣସି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆନଯିବା ପାଇଁ କର୍ମଚାରୀମାନଙ୍କୁ ସିଧା ତାଗିଦ୍ କରିଥିଲେ।  ଜିଲ୍ଲାପାଳଙ୍କ ସହିତ ବିଡିଓ ସ୍ୱପ୍ନିତା ନାଏକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର, ବ୍ଲକର ସେକସନ ଅଫିସର ରାଜଗୋପାଳ ମହାପାତ୍ର, କୋଷାଧ୍ୟକ୍ଷ, ସମସ୍ତ ଯନ୍ତ୍ରୀ,ଏପିଓ, ଜିଆରଏସ, ପିଇଓ ମାନେ ଉପସ୍ଥିତ ଥିଲେ।

 

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories