www.samajalive.in
Friday, December 12, 2025
27.1 C
Bhubaneswar

ଓଡ଼ିଶାର କୃଷି ତଥା ଜନଜାତି ବର୍ଗର ସାମଗ୍ରିକ ଉନ୍ନତି ପାଇଁ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ଅବଦାନ ଥିଲା ଅତୁଳନୀୟ

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଲସ)ପରିବାର ତରଫରୁ ପୂର୍ବତନ ନିର୍ଦେଶକ ଡ. ଅଜୟ ପରିଡ଼ାଙ୍କ ପୁଣ୍ୟ ତିଥିରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଡ.ପରିଡ଼ାଙ୍କ ଓଡ଼ିଶା ବିକାଶରେ ତାଙ୍କର ବିଶେଷ ଭୂମିକା ତଥା କୋଭିଡ ମହାମାରୀ ସମୟରେ ତାଙ୍କ ଅବଦାନକୁ ଓଡ଼ିଶା ସବୁଦିନପାଇଁ ମନେରଖିବ। ଆଇଏଲଏସର କଳେବର ବୃଦ୍ଧିରେ ତାଙ୍କ ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ଓଡ଼ିଶାର କୃଷି ତଥା ଜନଜାତି ବର୍ଗର ସାମଗ୍ରିକ ଉନ୍ନତି ପାଇଁ ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ବକ୍ତାମାନେ ମତ ଦେଇ ଥିଲେ।

ଆଇଏଲଏସ ପରିସରରେ ତାଙ୍କ ସ୍ମୃତିରେ ଏକ ସ୍ମାରକୀ ବକ୍ତୃତାର ଆୟୋଜନ ହୋଇଥିଲା। ଏଥିରେ ଡ଼ ପରିଡ଼ାଙ୍କ ବ୍ୟକ୍ତିଗତ ଜୀବନୀର ଆଲୋକପାତ କରାଯାଇଥିବାବେଳେ ସେହି ଭାବପୂର୍ଣ୍ଣ ବକ୍ତବ୍ୟ ସମଗ୍ର ପରିବେଶକୁ ଶୋକାକୁଳ କରିଦେଇଥିଲା। ଜେଏନୟୁ ପ୍ରଫେସର.ଦୀନବନ୍ଧୁ ସାହୁ ଉକ୍ତ ସଭାରେ ଡ.ପରିଡ଼ାଙ୍କ ବିଜ୍ଞାନ କ୍ଷେତ୍ରରେ ସମାଜକୁ ଅବଦାନ ଏବଂ ତାଙ୍କର ଉପଲବ୍ଧି ଉପରେ ଆଲୋକପାତ କରିଥିଲେ। ଆଇଏଲଏସ ନିର୍ଦେଶକ ଡ.ଦେବାଶିଷ ଦାସ ସ୍ବର୍ଗତ ଡ.ପରିଡ଼ାଙ୍କ ବିଭିନ୍ନ କୃତିତ୍ୱ ତଥା ଅବଦାନ ଉପରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ। ତାଙ୍କ ସ୍ମୃତିରେ ଆଇଏଲଏସ ପରିସରରେ ଅତିଥି ମାନଙ୍କ ଦ୍ବାରା ଚାରା ରୋପଣ କରାଯାଇ ଥିଲା। ଏହି ସଭାରେ ଆରଏମଆରସି, ଆଇଏମଏମଟି ଏବଂ ସିଫା ନିର୍ଦେଶକ ସହ ଅନ୍ୟାନ୍ୟ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଯୋଗଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories