www.samajalive.in
Monday, December 8, 2025
20.1 C
Bhubaneswar

ରୋହିତ, ଯଶସ୍ବୀ ଓ କୋହଲିଙ୍କ ଚମତ୍କାର ବ୍ୟାଟିଂ : ଭାରତ ୨୮୮/୪

ପୋର୍ଟ ଅଫ୍‌ ସ୍ପେନ୍‌ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଐତିହାସିକ ୧୦୦ତମ ଟେଷ୍ଟମ୍ୟାଚ୍‌ ଗୁରବାର ଆରମ୍ଭ ହୋଇଛି। ତେବେ ସ୍ଥାନ ଓ ମ୍ୟାଚ୍‌ର ଗୁରୁତ୍ବ ବଦଳିଥିଲେ ମଧ୍ୟ କ୍ରିକେ୍‌ଟ ଦୃଷ୍ଟିକୋଣରୁ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ପ୍ରଥମ ଟେଷ୍ଟ ପରି ଏହି ଟେଷ୍ଟମ୍ୟାଚ୍‌ରେ ମଧ୍ୟ ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ ଓ ବିରାଟ କୋହଲି ସହଜରେ ୱେଷ୍ଟଇଣ୍ଡିଜ୍‌ ବୋଲିଂର ମୁକାବିଲା କରିଛନ୍ତି । ସ୍ପିନର ରାହ୍‌କିମ୍ କର୍ଣ୍ଣୱାଲଙ୍କ ସ୍ଥାନରେ ପେସ୍‌ ବୋଲର ସାନନ୍ ଗାବ୍ରିଏଲ୍‌ ଖେଳିଥିଲେ ହେଁ ଏହାର କୌଣସି ସୁଫଳ ଘରୋଇ ଦଳକୁ ମିଳିନାହିଁ। ପ୍ରଥମ ଦିନର ଖେଳ ଶେଷ ବେଳକୁ ଭାରତ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୨୮୮ ରନ୍‌ କରିପାରିଛି । ଫଳରେ ମ୍ୟାଚ୍‌ରେ ଭାରତ ବଡ଼ ସ୍କୋର୍‌କରିବା ନିଶ୍ଚିତ ହୋଇଯାଇଛି।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍‌ ଫିଲ୍‌ଡିଂ ନେବା ପରେ ଭାରତୀୟ ଓପ୍‌ନିଂ ଯୋଡ଼ି ଦୁର୍ବଳ ଇଣ୍ଡିଜ୍‌ ଆକ୍ରମଣର ଫାଇଦା ଉଠାଇ ଭଲ ଗତିରେ ସ୍କୋର୍ କରିଥିଲେ। ପ୍ରଥମ ଟେଷ୍ଟରେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବାମହାତି ଓପ୍‌ନର ଯଶସ୍ବୀ ଜୟସୱାଲ ୨୨୯ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ଦୁହେଁ ଏହି ଟେଷ୍ଟରେ ସେମାନଙ୍କ ବ୍ୟାଟିଂ ଫର୍ମ ଅବ୍ୟାହତ ରଖିଥିଲେ। ଯଶସ୍ବୀ ଜୟସୱାଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗିରଖି ଖେଳିଥିଲେ। ଯଶସ୍ବୀ ୫୭ ଓ ରୋହିତ ୮୦ ରନ୍‌କରି ଆଉଟ ହୋଇଥିଲେ। ପରେ ଶୁବମନ ଗିଲ ୧୦ ଓ ରାହାଣେ ୮ ରନ କରି ଆଉଟ ହୋଇଥିଲେ। ପ୍ରଥମ ଦିନର ଖେଳ ଶେଷ ବେଳକୁ ବିରାଟ କୋହଲି ୮୭ ଓ ରବୀନ୍ଦ୍ର ଜାଡେଜା ୩୬ ରନ କରି ଅପରାଜିତ ଅଛନ୍ତି। ​‌

ପ୍ରଥମ ଟେଷ୍ଟକୁ ଇନିଂସ ଓ ୧୪୧ ରନ୍‌ରେ ଜିତି ୨ ମ୍ୟାଚ୍‌ର ଶୃଙ୍ଖଳାରେ ୧-୧ରେ ଆଗୁଆ ରହିଛି। ଗତ ୨୧ ବର୍ଷରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ କୌଣସି ଟେଷ୍ଟ ଶୃଙ୍ଖଳା କିମ୍ବା ଟେଷ୍ଟମ୍ୟାଚ୍‌ ଜିତି ପାରିନାହିଁ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories