www.samajalive.in
Sunday, December 14, 2025
26.1 C
Bhubaneswar

ବିଲ୍ଡର ସଂସ୍ଥାର ଅତିରିକ୍ତ ନିର୍ଦେଶକ ଗିରଫ

ଭୁବନେଶ୍ବର : : ରାଜଧାନୀ ଉପକଣ୍ଠରେ ଫ୍ଲାଟ ଯୋଗାଇ ଦେବା ନାଁରେ ୧୫କୋଟି ଟଙ୍କା ଠକି ନେବା ଅଭିଯୋଗରେ ବିଲ୍ଡର ସଂସ୍ଥା ‘ମିଶ୍ର କ୍ରିଏସନ ପ୍ରା.ଲି’ର ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ରଥଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରି ଗୁରୁବାର ଅଦାଲତ ଚାଲାଣ କରିଛି।

‘ମିଶ୍ର କ୍ରିଏସନ ପ୍ରା.ଲି’ର ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ରଥ

ସଂସ୍ଥାର ପରିଚାଳନା ନିର୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ତଦନ୍ତକାରୀ ସଂସ୍ଥା ମେ’ ୧୬ରେ ଗିରଫ କରିଥିଲା। ସେହିଦିନ ଠାରୁ ଜ୍ୟୋତି ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି। ଉକ୍ତ ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲ୍ୟୁର ସ୍ବତନ୍ତ୍ର ଦଳ ତନାଘନା ଜାରି ରଖିଛି।
ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ଚନ୍ଦକା ଥାନା ଅଁଳାପାଟଣା ମୌଜାରେ ମିଶ୍ର କ୍ରିଏସନ୍‌ ୨୦୧୬ରେ ‘ୟୁଟୋପିଆ’ ନାମରେ ପ୍ରକଳ୍ପ କରିବା ପାଇଁ ଯୋଜନା କରିଥିଲା। ଫ୍ଲାଟ୍‌ ଦେବାକୁ କହି ପ୍ରାୟ ୧୩୦ ଜଣଙ୍କ ଠାରୁ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା। ୩୦ ମାସ ମଧ୍ୟରେ ଫ୍ଲାଟ୍‌ ଦେବାକୁ ସଂସ୍ଥା ଚୁକ୍ତି କରିଥିଲା। ୧୫ କୋଟିରୁ ଅଧିକ ଟଙ୍କା ନେବା ପରେ ସଂସ୍ଥା ବନ୍ଦ ହୋଇଯାଇଥିଲା। ଫ୍ଲାଟ୍‌ ପାଇବା ପାଇଁ ଲୋକେ ବାରମ୍ବାର ଦୌଡିଥିଲେ ମଧ୍ୟ ସଂସ୍ଥାର ପରିଚାଳନା ନିର୍ଦେଶକ ଜ୍ୟୋତି ଓ ସନ୍ତୋଷ ଧରାଛୁଆଁ ଦେଉ ନ ଥିଲେ। ଏନେଇ ରସୁଲଗଡ଼ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀ ନାମକ ବ୍ୟକ୍ତି ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ସଂସ୍ଥା ବିରୋଧରେ ଅଭିଯୋଗ ସଂଖ୍ୟା ୫୦ରେ ପହଞ୍ଚିଥିଲା। ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରିବା ସମ୍ପର୍କରେ ଜାଣିବା ପରେ ସଂସ୍ଥାର ସମସ୍ତ କର୍ମଚାରୀ ଫେରାର ହୋଇଯାଇଥିଲେ। ତଦନ୍ତକାରୀ ସଂସ୍ଥା ପ୍ରଥମେ ଜ୍ୟୋତିକୁ ଗିରଫ କରିଥିବା ବେଳେ ଗୁରୁବାର ସ‌େ‌ନ୍ତାଷକୁ ଧରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଗିରଫ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ବୋଲି ଇଓଡବ୍ଲ୍ୟୁ ଡିଏସ୍‌ପି ସୀମାଞ୍ଚଳ ଗନ୍ତାୟତ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories