www.samajalive.in
Monday, December 8, 2025
24.1 C
Bhubaneswar

ସମ୍ବଲପୁର ଧାର୍ମିକ ଶୋଭାଯାତ୍ରାରେ କଟକଣା

ସମ୍ବଲପୁର : ସମ୍ଭାବ୍ୟ ଉତ୍ତେଜନା ପରିପ୍ରେକ୍ଷୀରେ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତା ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏଠାରେ ମହରମ ପର୍ବ ପାଳନ ସମୟ​‌େ​ର ବିଭିନ୍ନ ପଡ଼ାରୁ ବାହାରୁଥିବା ଶୋଭାଯାତ୍ରା କୌଣସି ଗୋଟିଏ ସ୍ଥାନରେ ମିଳିତ ହେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ବୋଲି ଶ୍ରୀମତି ଦାସ କହିଛନ୍ତି। ତେବେ ମହରମ ପର୍ବ ଯେଭଳି ଶାନ୍ତିଶୃଙ୍ଖଳା ସହିତ ପାଳନ ହେବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ଏବଂ କମିଟିମାନେ ମଧ୍ୟ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି। ସମ୍ବଲପୁରରେ ମହରମ ପର୍ବ ପାଳନ ସମୟରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ଶାନ୍ତିକମିଟି ବୈଠକ ଡକାଯାଇଥିବାବେଳେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ପୋଡ଼ାଜଳ ଘଟଣା ସହ ଜଣଙ୍କର ପ୍ରାଣହାନୀ ମଧ୍ୟ ଘଟିଥିଲା। ଏହା ପରେ ଏଠାରେ ପ୍ରାୟ ୧୫ ଦିନ ଧରି କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହି ଘଟଣାରେ ଏବେ ମଧ୍ୟ ବହୁ ଲୋକ ଜେଲ୍‌ରେ ଅଛନ୍ତି। ଆଜିର ନିଷ୍ପତ୍ତି ପରିପ୍ରେକ୍ଷୀରେ ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଥିଲେ ସୁଦ୍ଧା ସମସ୍ତ ପର୍ବପର୍ବାଣକୁ ଲୋକେ ହର୍ଷୋଲ୍ଲାସିତ ଭାବେ ପାଳନ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଜିଲାପାଳ, ଏସପିଙ୍କ ସମେତ ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ, ଆଇଏଏସ ଶିକ୍ଷାନବିଶ ସ୍ନେହା ଅରୁଗୁଲା, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ ମିଶ୍ର, ସଦର ଉପଜିଲାପାଳ ପ୍ରଭାସ ଦଣ୍ଡସେନା, ସଦର ଏସଡିପିଓ ପ୍ରଦୀପ ସାହୁ, ଡିଏସପି ଡିଆଇବି ଜେମସ ସମଦ ସମେତ ମହରମ କମିଟି ସଦସ୍ୟ, ବିଭିନ୍ନ ଥାନା ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories