www.samajalive.in
Saturday, December 13, 2025
26.1 C
Bhubaneswar

ମାନବାଧିକାର ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ

ନୂଆଦିଲ୍ଲୀ : କଟକ ଓ ଭୁବନେଶ୍ୱର ମହାନଗର ଅଞ୍ଚଳରେ ନାଳରେ ପଡ଼ି ମୃତ୍ୟୁ ଘଟଣାରେ ଲଗାତାର ବୃଦ୍ଧି ନେଇ ଜାତୀୟ ମାନବାଧିକାର ଆୟୋଗ କଟକ ମହାନଗର ନିଗମ, ଭୁବନେଶ୍ୱର ମହାନଗର ନିଗମ, କଟକ ଜିଲା ପ୍ରଶାସନ, ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ରାଜ୍ୟ ପୁଲିସଠାରୁ ରିପୋର୍ଟ ତଲବ କରିଛନ୍ତି। ଆୟୋଗରେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ଉଭୟ ମହାନଗର ନିଗମ ଅଞ୍ଚଳରେ ରାସ୍ତା ଖାଲଖମା ଏବଂ ନାଳନର୍ଦମାରେ ପଡ଼ି ମୃତ୍ୟୁ ଘଟଣା ଥମୁ ନାହିଁ। ଚଳିତ ମାସ ୧୫ରେ କଟକ ଝୋଲା ସାହି ଅଞ୍ଚଳରେ ରାହୁଲ ନାମକ ୨୧ ବର୍ଷୀୟ ଯୁବକଙ୍କ ନାଳରେ ଭାସିଯାଇ ମୃତ୍ୟୁ ଘଟିଥିଲା। ଜୁଲାଇ ୧୯ରେ ପି ନରସିଂହା ନାମକ ଜଣେ ସଫେଇ କର୍ମଚାରୀ ନାଳରେ ପଡ଼ି ଜୀବନ ହରାଇଛନ୍ତି। ମେ ୩୧ରେ ଜାଇକା ବକ୍ସ ଡ୍ରେନ ପ୍ରକଳ୍ପରେ ଜଣେ ନାବାଳିକା ପଡ଼ିଯାଇ ପ୍ରାଣହାନି ଘଟିଥିଲା। ଦାୟିତ୍ୱରେ ଥିବା ସଂସ୍ଥାଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟଣାରେ କ୍ରମାଗତ ବୃଦ୍ଧି ଘଟୁଛି। କଟକରେ ନାଳରେ ପଡ଼ି ମୃତ୍ୟୁ ଘଟଣାକୁ ରୋକିବା ବଦଳରେ କଟକ ମହାନଗର ନିଗମ କୁମ୍ଭକର୍ଣ୍ଣ ନିଦ୍ରରେ ଶୋଇଛନ୍ତି। କଟକ ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲା ପଡ଼ିଥିବା ପଟହୋଲ ଏବଂ ମ୍ୟାନହୋଲ ବିବରଣୀ ଉଭୟ ସଂସ୍ଥା ଠାରୁ ମାଗିବାକୁ ଆଇନଜୀବୀ ତ୍ରିପାଠୀ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ଲାଗି କଟକରେ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଜାଇକା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ସ୍ପଷ୍ଟ ନିର୍ଦେଶ ଦେବା ସହ ପୀଡ଼ିତଙ୍କ କ୍ଷତିପୂରଣ ରାଶିର ୨୫ ପ୍ରତିଶତ ଅର୍ଥ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ଠାରୁ ଆଦାୟ କରିବାକୁ ଆୟୋଗଙ୍କୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories