ପୋଷାକ ବିତରଣ ଉତ୍ସବ
ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଗୌଡଗୁଡା କ୍ଲଷ୍ଟର ଅଧୀନସ୍ଥ ବଡନାରକା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କୃଷ୍ଣ ମୁଦୁଲି ଓ ସମ୍ମାନୀତ ଅତିଥିଭାବେ ହାଇକୋର୍ଟର ଆଇନଜୀବୀ ଚିତ୍ତରଞ୍ଜନ ତୁରୁକ୍ ଯୋଗଦେଇ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ୮୩ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ କୁମାର ଖୋସ୍ଲା ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଏଥିରେ ସହଯୋଗ କରିଥିଲେ।
ବିଦ୍ୟାଳୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଶିବା ମୁଦୁଲି, ଶିକ୍ଷାମନ୍ତ୍ରୀ ଦିପୁନ ଜାନୀ, ପରିବେଶ ମନ୍ତ୍ରୀ ପ୍ରିୟା ମହାନନ୍ଦିଆ, ଖାଦ୍ୟ ମନ୍ତ୍ରୀ ରୋହିତ ମୁଦୁଲି, ସ୍ୱାସ୍ଥ୍ୟ ମନ୍ତ୍ରୀ ଅର୍ଜୁନ ଜାନୀ ପ୍ରମୁଖ ତଥା ଅଭିଭାବକବୃନ୍ଦ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପଞ୍ଚମ ଶ୍ରେଣୀର ଛାତ୍ର ଗୌତମ ତୁରୁକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.