୮ଟି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଡେସ୍କ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୮ଟି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ର ଲୋକାର୍ପଣ କରିଛନ୍ତି । ମେରାମୁଣ୍ଡଳୀ, କଣ୍ଟାବାଡ, ବାଲିମୁଣ୍ଡା, ବୋରିଗୁମା, ଲଖନପୁର, କୁଆରମୁଣ୍ଡା, ବାମରା ଓ ଭଟଲୀଠାରେ ଏହିସବୁ ସବ୍‌‌ଷ୍ଟେସନ ଲୋକାର୍ପିତ ହୋଇଛି।
ଏହାଦ୍ୱାରା ରାଜ୍ୟ ବିଦ୍ୟୁତ୍‌‌ ସରବରାହ ବ୍ୟବସ୍ଥାରେ ୧ ହଜାର ୮୫୦ ଏମ୍‌‌.ଭି.ଏ ଟ୍ରାନ୍ସଫର୍ମେସନ୍‌‌ କ୍ଷମତା ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି ।
ଏହାଦ୍ୱାରା ଶିଳ୍ପ, କୃଷି ଓ ସାଧାରଣ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌‌ ସେବା ମିଳିବ ବୋଲି କୁହାଯାଇଛି । ଫଳରେ ୨ ଲକ୍ଷ ୨୦
ହଜାର ଉପଭୋକ୍ତା ଏଥିରୁ ଲାଭାନ୍ୱିତ ହୋଇପାରିବେ ।

Comments are closed.