www.samajalive.in
Thursday, December 11, 2025
23.1 C
Bhubaneswar

ସମ୍ଭାବ୍ୟ ବନ୍ୟା ପୂର୍ବରୁ ରାସ୍ତା ସଂଯୋଗୀକରଣ ନେଇ ଆଶଙ୍କା

ତିଗିରିଆ : ତିଗିରିଆ ବ୍ଳକ ଅନ୍ତର୍ଗତ କୋଇଲକନ୍ୟା ଠାରେ ହନୁମନ୍ତିଆ ନାଳ ଉପରେ ବହୁ ବିଳମ୍ବରେ ପୋଲିଆ ନିର୍ମାଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୋଲିଆର ଉଭୟ ପାର୍ଶ୍ୱକୁ ସଂଯୁକ୍ତ କରି ରାସ୍ତା ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଯାହା ଫଳରେ କୋଇଲକନ୍ୟା-ଚିନାପାଟଣା ରାସ୍ତାରେ ଯାତାୟାତ ଠପ୍ ହୋଇପଡ଼ିଛି । ବର୍ଷା ପୂର୍ବରୁ ପୋଲିଆ ନିର୍ମାଣ କାର୍ଯ୍ୟକୁ ଠିକା ସଂସ୍ଥା ସାରି ନପାରିବାରୁ ଲୋକଙ୍କ ଯାତାୟାତ ସମସ୍ୟା ଜଟିଳ ହୋଇଛି। ପୋଲିଆ ନିର୍ମାଣ ପାଇଁ ଏହାର ପାର୍ଶ୍ୱରେ ଚାଷୀଙ୍କ କ୍ଷେତରେ ସହାୟକ ରାସ୍ତା ବ୍ୟବସ୍ଥା ହୋଇଥିଲା ବେଳେ ଏବେ ବର୍ଷା ଯୋଗୁ ଉକ୍ତ ରାସ୍ତାରେ ଆଉ ଯାତାୟାତ ସମ୍ଭବ ହେଉନି।

- Advertisement -

ବିଶେଷ କରି ବଡ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ  ବନ୍ଦ ହୋଇଯାଇଛି। ବନ୍ୟାଞ୍ଚଳ ହୋଇଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଲୋକେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେବେ। ଏହି ରାସ୍ତାରେ ନଦୀକୂଳ ଅଞ୍ଚଳର ଶହଶହ ଜନସାଧାରଣ ଚିନାପାଟଣା ଦେଇ ବ୍ଳକର ସବୁଠୁ ବଡ଼ ବ୍ୟବସାୟିକ ତଥା ବଜାର ଥିବା ନୂଆପାଟଣାକୁ ଯାତାୟାତ କରିଥାନ୍ତି। ଲଗାଣ ବର୍ଷା ଲାଗି ରହିଲେ ମଧ୍ୟ ଏଠାରେ ନାଳ ପାଣି ଉଛୁଳା ପରିସ୍ଥିତି ସୃଷ୍ଟି କରେ। ଏଣୁ ସମ୍ଭାବ୍ୟ ବନ୍ୟା ପୂର୍ବରୁ ପୋଲିଆର ଉଭୟ ପାର୍ଶ୍ଵ ରାସ୍ତାକୁ ଯୁଦ୍ଧ କାଳୀନ ଭିତିରେ ସଂଯୋଗ କରି ଯାତାୟାତ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories