www.samajalive.in
Monday, December 15, 2025
17.1 C
Bhubaneswar

ଝାରସୁଗୁଡ଼ାରେ ୭୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବହୁ ପୁରାତନ ସଭ୍ୟତା ଓ ଭାଷାଭାଷୀର ଜିଲ୍ଲା । ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାକୁ ପ୍ରଗତି ପଥରେ ନେବାର ଲକ୍ଷ୍ୟ ରଖି ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଆଜି ୭୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସରକାରଙ୍କ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟ ବିଭାଗ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ଅବସରରେ ଏକ ମେଗା ରକ୍ତଦାନ ଶିବିର ବି ଆୟୋଜନ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚପଡ଼ା ଠାରେ ଏନଏଲସି ତଲବିରା ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟିତ ହୋଇଛି । ଏହାସହ ଏମ୍ସ ଫାଉଣ୍ଡେସନ ତରଫରୁ ଅଙ୍ଗଦାନ ଆରମ୍ଭ ହୋଇଛି, ଯାହା ସ୍ୱାଗତଯୋଗ୍ୟ ।

- Advertisement -

ସେ କହିଛନ୍ତି ଯୁବବସ୍ଥାରୁ ମୁଁ ଝାରସୁଗୁଡାକୁ ଅତି ନିକଟରୁ ଦେଖିଛି । ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଆଜି ଡବଲ ଇଞ୍ଜିନ ସରକାର ହେଇଛି । ଝାରସୁଗୁଡ଼ା ଜିଲ୍ଲା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଆଗରେ ଅଛି । ଝାରସୁଗୁ଼ଡା଼ର କିଛି ଅଞ୍ଚଳ ବିଶେଷ ଭାବରେ ବ୍ରଜରାଜନଗର ଓ ଲଖନପୁର ବ୍ଲକ ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେବା ପରେ ମଧ୍ୟ ଜିଲ୍ଲା ଓ ରାଜ୍ୟର ବିକାଶରେ ସହଯୋଗର ହାତ ବଢାଇଛନ୍ତି । ଶିଳ୍ପାଞ୍ଚଳର ଏହି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଝାରସୁଗୁଡାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ । ଜିଲ୍ଲାରେ ମହିଳା ସଶକ୍ତିକରଣ, ଦଳିତ, ବଞ୍ଚିତ, ପଛୁଆ ବର୍ଗଙ୍କ ବିକାଶକୁ ପ୍ରାଥମିକତା ଦେବାକୁ ହେବ ।ଏହି ଜିଲ୍ଲାର ପରିବେଶକୁ ଧ୍ୟାନ ଦେବା ପାଇଁ ପଡିବ । କୋଲାବିରା, ଲାଇକେରା ସମେତ ଚଷାଚାଷୀ ଅଞ୍ଚଳରେ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ପଡିବ । ଶିଳ୍ପ କାରଖାନା ପ୍ରତିଷ୍ଠା ସହ ଯୁବକମାନଙ୍କ ପାଇଁ ରୋଜଗାରର ପଥ ପ୍ରଶସ୍ତ କରିବାକୁ ହେବ ।  ଝାରସୁଗୁଡ଼ା ଜିଲ୍ଲାରେ ଶାନ୍ତି ବଜାୟ ରଖିବା ସହ ଭାଇଚାରାକୁ  ବଢାଇବା ପାଇଁ ଦାୟିତ୍ୱ ନେବାକୁ ହେବ ବୋଲି ପ୍ରଧାନ ମତପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories