www.samajalive.in
Sunday, December 7, 2025
23.1 C
Bhubaneswar

ସୀମା ହାଇଦରଙ୍କୁ ଆତଙ୍କବାଦ ନିରୋଧୀ ପୁଲିସର ପଚରାଉଚୁରା

ନୂଆଦିଲ୍ଲୀ : ପ୍ରେମରେ ପଡ଼ି ଭାରତ ପଳାଇ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ପୁଲିସ ପଚରାଉଚୁରା କରୁଛି। ସୀମାଙ୍କ ପ୍ରେମିକ ତଥା ଭାରତୀୟ ସ୍ବାମୀ ସଚିନ ଓ ତାଙ୍କ ବାପାଙ୍କୁ ମଧ୍ୟ ପୁଲିସ ନଏଡ଼ାଠାରେ ଜେରା କରିଥିବା ପ୍ରକାଶ। ସୂଚନାଯୋଗ୍ୟ ଯେ ସୀମା ଓ ସଚିନ ଜୁଲାଇ ୪ରେ ଗିରଫ ହୋଇଥିଲେ ଓ ୮ ତାରିଖରେ ଜାମିନରେ ମୁକୁଳିଥିଲେ। ଅପରପକ୍ଷରେ ଗୋ-ରକ୍ଷା ହିନ୍ଦୁ ଦଳ ନାମକ ଏକ ସଂଗଠନ ୭୨ ଘଣ୍ଟା ମଧ୍ୟରେ ଭାରତ ଛାଡ଼ି ଚାଲିଯିବାକୁ ସୀମାଙ୍କୁ ଚେତାବନୀ ଦେଇଛି। ସୀମାଙ୍କୁ ଏହି ସଂଗଠନ ପାକିସ୍ତାନୀ ଗୁପ୍ତଚର ହୋଇଥାଇପାରେ ବୋଲି ଦର୍ଶାଇଛି। ଏଭଳି ସ୍ଥିତିରେ ସୀମା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ନିବେଦନ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାନ ଆବେଦନ କରିଥିଲେ। ପାକିସ୍ତାନରେ ଥିବା ସୀମାଙ୍କ ପରିବାର ତାଙ୍କୁ ମାରିଦେବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେମାନେ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି; କିନ୍ତୁ ସାଉଦି ଆରବରେ ଥିବା ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ତାଙ୍କୁ ଫେରିଯବା ପାଇଁ ନିବେଦନ କରିଛନ୍ତି। ସେ ଏବେ ବି ସୀମାଙ୍କୁ ପୂର୍ବପରି ଭଲ ପାଉଥିବା ଓ ଆଗକୁ ମଧ୍ୟ ଭଲ ପାଇବେ ବୋଲି ଏକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ୪ ପିଲାଙ୍କ ସ୍ବାର୍ଥରକ୍ଷାର ଦ୍ବାହି ସେ ଦେଇଛନ୍ତି। ପୂର୍ବରୁ ମଧ୍ୟ ସେ ସୀମାଙ୍କୁ ଫେରିଯିବା ପାଇଁ ନିବେଦନ କରିବା ସହ ତାଙ୍କୁ ପାକିସ୍ତାନ ପଠାଇଦେବା ପାଇଁ ଭାରତ ସରକାରଙ୍କୁ ଆବେଦନ କରିଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଅଧିକ ରୋଜଗାର ପାଇଁ ସାଉଦି ଆରବ ଯାଇଥିଲେ। ପ୍ରତି ମାସରେ ସୀମାଙ୍କ ନିକଟକୁ ୪୦-୫୦ ହଜାର ଟଙ୍କା ପଠାଉଥିଲେ। ସୀମାଙ୍କୁ ସେ ଘର କରିବା ପାଇଁ ୧୭ଲକ୍ଷ ଟଙ୍କା ଦେଇଥିଲେ। ଏହାସତ୍ତ୍ବେ ସୀମାଙ୍କୁ ନିନ୍ଦିତ ନ କରିବା ପାଇଁ ସେ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories