www.samajalive.in
Friday, November 14, 2025
25.1 C
Bhubaneswar

ତୃତୀୟ ଦିନରେ ଚାଷୀ ଆନ୍ଦୋଳନ : ସୋମବାରଠୁ ଚାଷୀଙ୍କ ଆମରଣ ଅନଶନ

କଲମପୁର : ଚାଷୀ ଅସହାୟ।,ଚାଷୀ ପାଇଁ ନା ପ୍ରଶାସନ ନା ଲୋକ ପ୍ରତିନିଧି ନା ସରକାର କେହି ନାହାଁନ୍ତି । ଦୁନିଆକୁ ଆହାର ଯୋଗାଉଥିବା ଚାଷୀ ଆଜି ନିଜେ ପାହାର ଖାଉଛି । ନିଜ ହକ୍ ପାଇଁ ଦାବି କଲେ ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଚାଷୀଙ୍କ ମାଧ୍ୟମରେ ନିଜ ସମ୍ପତି ବଢାଉଥିବା ପୁଞ୍ଜିପତିଙ୍କ ନାଲି ଆଖି ଦେଖିବାକୁ ପଡୁଛି । କୋଟାଗାଁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱରୁ ମହିଳା ଗୋଷ୍ଠୀଙ୍କ ବଦଳରେ ସରକାରୀ ସଂସ୍ଥା ଯିଏକି ସରକାରଙ୍କ ପାଖରେ ଉତ୍ତରଦାୟୀ ରହିବ ସେହିଭଳି ଏକ ସଂସ୍ଥା ପ୍ରାଥମିକ କୃଷି ସମବାୟ ସମିତିକୁ ପ୍ରଦାନକରିବା ପାଇଁ ଚାଷୀ ଦାବି କରିଛନ୍ତି। କାରଣ ମହିଳା ଗୋଷ୍ଠୀଙ୍କ ନା ଅଛି ଉତ୍ତରଦାୟିତ୍ୱ ନା ଅଛି ଭିତ୍ତିଭୂମି । କେବଳ ମହିଳା ଭୋଟବ୍ୟାଙ୍କ ପାଇଁ ଏଭଳି ପଦକ୍ଷେପ ଯୋଗୁଁ କୋଟାଗାଁ ଧାନ ମଣ୍ଡି ପରି‌ଚାଳନାରେ ଅବ୍ୟବସ୍ତା ଦେଖା ଦେଇଛି। ପ୍ରତି ବର୍ଷ  ଚାଷୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବାରମ୍ବାର ବ୍ଲକଠାରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେଲା ପରେ ମଧ୍ୟ କେହି ଅଧିକାରୀ ଗୁରୁତ୍ୱ ଦେଇ ନାହାଁନ୍ତି।

ପ୍ରମାଣ ପ୍ରଦୀପ ବାବୁ, ବିଭିଷଣ ପାଲ, ଈଶ୍ୱରୀ ସୁରୁଜାଲ, କାମାକ୍ଷୀ ପ୍ରସାଦ ବେହେରା, ବିନୋଦ ସୁରୁଜାଲ, ରବୀନ୍ଦ୍ର ନିଆଲ, ମଳୟ ନିଆଲ, ପ୍ରସାଦ ବାଗ, ବଡବାଗ, ପାନି ଚିଲଗୁନ, ଲାଲୁ ବେହେରା, କିର୍ତନ ନିଆଲ, ଶତୃଘନ ନିଆଲ, ଟିକେରାମ ବାଗ, ଜଗନ୍ନାଥ ଶବର, ବୈଦେହୀ ମାଝୀ, ଏବଂ ତ୍ରିଲୋଚନ ନାଏକ ପ୍ରମୁଖ ୧୭ ଜଣ ଚାଷୀ ମହିଳା ଗୋଷ୍ଠୀଙ୍କଠାରୁ  ସେମାନେ ପାଇବାକୁ ଥିବା ୧୩ଲକ୍ଷ ୯୦ହଜାର ୩୩୯ ଟଙ୍କା ପାଇ ନାହାଁନ୍ତି । ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଚାଷୀଙ୍କ ଭେଣ୍ଡର ସ୍ଲିପ ନାହିଁ। ଧାନ ବିକ୍ରି ସମୟରେ ଭେଣ୍ଡର ସ୍ଲିପ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ ମହିଳା ଗୋଷ୍ଠୀଙ୍କ ଅବହେଳା କାରଣରୁ ଚାଷୀ ଭେଣ୍ଡର ସ୍ଲିପ ପାଇନାହାଁନ୍ତି।

- Advertisement -

ଶୁକ୍ରବାର ଆନ୍ଦୋଳନର ତୃତୀୟ ଦିନରେ ଧାନ କ୍ରୟ ଦାୟିତ୍ୱରେ ଥିବା ସମବାୟ ବିଭାଗର ଜିଲ୍ଲା ପ୍ରବନ୍ଧକ (ଡିଆରସିଏସ) ପ୍ରମୋଦ କୁମାର ସାହୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଧାନ ବିକ୍ରୟ କରି ପ୍ରାପ୍ୟ ପାଇନଥିବା ୧୭ ଜଣ ଚାଷୀଙ୍କ ସଂପର୍କରେ ଅନୁସନ୍ଧାନ କରିଥିଲେ। ଭେଣ୍ଡର ସ୍ଲିପ ପାଇଥିବା ଚାଷୀଙ୍କ ପ୍ରାପ୍ୟ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଯେଉଁ ଚାଷୀଙ୍କୁ  ଭେଣ୍ଡର ସ୍ଲିପ ଦିଆଯାଇ ନାହିଁ ସେଦିଗରେ ଅଧିକ ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନେବାପାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟପଟେ ଚାଷୀଙ୍କ ପ୍ରମୁଖ ଦାବି ମଣ୍ଡି ପରିଚା ଳନାରେ ଅନିୟମିତତା କରୁଥିବା ମହିଳା ଗୋଷ୍ଠୀ ପ୍ରତିବଦଳରେ ସମବାୟ ସମିତିକୁ ଧାନ ମଣ୍ଡି ପରିଚାଳନା ଦାୟିତ୍ୱ ଦେବା ଦାବିକୁ  ଏଡାଇ ଯାଇଥିଲେ। ଶୁକ୍ରବାର ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି,ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଘନଶ୍ୟାମ ନାଏକ, ସୌରଭ ବେହେରା, ରବୀନ୍ଦ୍ର ନାଏକ, କମଳ ବାଗ, ହରେକୃଷ୍ଣ ସାହୁ ପ୍ରମୁଖ ସାମିଲ ହେଇ ଧାରଣାରେ ବସିଥିଲେ ।ତେବେ ସଂଧ୍ୟା ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ସମର୍ଥନ ମଧ୍ୟ ବୃଦ୍ଧି ପାଉଛି । ତେଣୁ ସୋମବାର ଠାରୁ ଚାଷୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories