ଶୁକ୍ରବାର ରାଶିଫଳ (୨୧.୦୭.୨୦୨୩)

ମେଷ :  ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ବାଣିଜ୍ୟ କାରବାରରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପ୍ରଚୁର ଧନାଗମର ସୂଚନା ମିଳୁଛି। ତେଜସ୍ବୀ ଓ ତେଜୀୟାନ୍‌ ହେବେ।

ବୃଷ : ଧୀଶକ୍ତି ସମ୍ପନ୍ନ ହେବେ। ଉଦାର ମାନବିକତା ଧର୍ମ ଆଚରଣ କରିପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ଜଣେ ଆଦର୍ଶ କୃଷକ ଭାବେ ଅନ୍ୟ କୃଷକମାନଙ୍କର ପ୍ରଶିକ୍ଷକ ହେବେ।

ମିଥୁନ : ଆତ୍ମବିଶ୍ବାସୀ ହେବେ। ଭକ୍ତିଭାବର ପ୍ରବକ୍ତା ହୋଇପାରନ୍ତି। ସାରସ୍ବତ ସ୍ରଷ୍ଟାମାନଙ୍କର ଅମଳିନ ଜ୍ୟୋତିଷ୍କ ହୋଇପାରନ୍ତି। ସତ୍ୟ ଅହିଂସାର ପଥ ଯେତେ କଠିନ ହେଲେ ବି ତାକୁ ସହଜରେ ଅତିକ୍ରମ କରିବେ।

କର୍କଟ : ମହାଜନ ନ ହୋଇ ମହାଦାନୀ ହୋଇପାରନ୍ତି। ମହନୀୟ କର୍ମ ସମୂହ ଆପଣଙ୍କୁ ଶୀର୍ଷାସନ ଦେଇପାରେ। ସଂଯମପୂର୍ଣ୍ଣ ସତ୍‌ଚରିତ୍ରର ନିଦର୍ଶନ ହୋଇପାରନ୍ତି। ସନ୍ମାର୍ଗୀ ହେଲେ ଅମୃତର ସନ୍ଧାନ ମିଳିବ।

ସିଂହ : କେବଳ ସ୍ବାଗତ ସମ୍ବର୍ଦ୍ଧନା ଓ ଆଶୀର୍ବାଦ ରୂପକ ଧନ ପ୍ରାପ୍ତ ହୋଇପାରନ୍ତି। ଭୂରି ଭୋଜନରେ ଜ୍ଞାତି, ପରିଜନକୁ ଆପ୍ୟାୟିତ କରିପାରନ୍ତି। ଶ୍ରୀଚନ୍ଦ୍ର ଆପଣଙ୍କୁ ତେଜୀୟାନ୍‌ ଓ ବଦାନ୍ୟ କରିପାରେ।

କନ୍ୟା : ଏକାନ୍ତରେ ଶୂନ୍ୟ ପୁରୁଷଙ୍କୁ ଧ୍ୟାନ କରି ଦିବ୍ୟ ଜ୍ଞାନର ଅଧିକାରୀ ହେବେ। ସେବା ଓ ପରୋପକାର କରି ପୁଣ୍ୟାର୍ଜନ କରିପାରନ୍ତି। ଅତିଥି, ଗୁରୁ, ବ୍ରାହ୍ମଣଙ୍କ ସେବାରେ ଧନ ବ୍ୟୟ କରିବେ।

prayash

ତୁଳା : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଆତ୍ମ ଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖିଲେ ମହନୀୟ ପଦପଦବୀ ମିଳିବ। ସରକାରୀ ସ୍ତରରୁ ସମ୍ମାନ ସହ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବିଛା : ଜ୍ଞାନର ପ୍ରଦୀପ ପ୍ରଳନ କରି ଭାଗ୍ୟାକାଶରେ ଥିବା ଅମା ଅନ୍ଧକାରକୁ ଆଲୋକିତ କରିପାରନ୍ତି। ଆପଣଙ୍କ କର୍ମ ତତ୍ପରତା, ଅଧସ୍ତନଙ୍କ ଶିକ୍ଷଣୀୟ ହେବ। ପରିବାରରେ ପରସ୍ପର ପ୍ରତି ସ୍ନେହ ଓ ଦୟା ରହିବ।

ଧନୁ : କର୍ମ ତତ୍ପରତା ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ବିନ୍ଦୁ ବ୍ୟତିରକେ ସିନ୍ଧୁ ସମ୍ଭବ ନୁହେଁ, ତେଣୁ ତୃଣମୂଳ ସ୍ତରର ଚେଷ୍ଟା ଫଳବତୀ ହେବ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ଓ ପରାମର୍ଶ ଉପାଦେୟ ହେବ।

ମକର : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ସମ୍ମୁଖୀନ ହୋଇପାରନ୍ତି। ଆତ୍ମ ସଂଯମ ଦ୍ବାରା ଅନ୍ତଃ ଶକ୍ତିର ଅଭ୍ୟୁଥାନ ଘଟିବ। ସଂଘର୍ଷମୟ ଜୀବନରେ କଷ୍ଟ ସହ୍ୟ କଲେ ଈଶ୍ବରାଭିମୁଖୀ ହୋଇପାରନ୍ତି। ସତର୍କରେ ଚଳିବେ।

କୁମ୍ଭ : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍ଧି କରନ୍ତୁ। ପ୍ରାଜ୍ଞ ଓ ଧୀମାନ୍‌ ହୋଇପାରନ୍ତି। ନିଜ କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିବେ। ସୁଖୀ ଓ ଗୁଣଜ୍ଞ ହେବେ।

ମୀନ : ସୀମାହୀନର ସୀମା ଓ ଅସ୍ତିତ୍ବହୀନର ସ୍ଥିତି କେବେ କଳ୍ପନା କରାଯାଇପାରେ। ଭ୍ରାତୃଭାବ ଅତୁଟ ରହିବ। ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ।

Comments are closed.