www.samajalive.in
Wednesday, November 19, 2025
18.1 C
Bhubaneswar

ଆଜି ନନ୍ଦନକାନନ ପାଳିବ ୬୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର : ଡିସେମ୍ବର ୨୯ ତାରିଖରେ ଥିଲା ନନ୍ଦନକାନନର ପ୍ରତିଷ୍ଠା ଦିବସ । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୩ଟାରେ ନନ୍ଦନକାନନ ୬୫ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। କର୍ମଚାରୀ, ଅଧିକାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସଚେତନତା ସଭା ଆୟୋଜନ କରାଯାଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ , ଜଟଣୀ ବିଧାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାଣୀ ଉଦ୍ୟାନ ପରିସରରେ ନବ ନିର୍ମିତ ନିରାପତ୍ତା କର୍ମଚାରୀ ବାସଗୃହ, ଲାଇବ୍ରେରୀ ଏବଂ ଡିଜିଟାଲ ହବ୍ , ନବୀକରଣ ହୋଇଥିବା ଭାଲୁ ଖୁଆଡ, ପକ୍ଷୀ କ୍ଵାରେନଣ୍ଟାଇନ୍ ଆଦିର ଉଦଘାଟନ କରିବେ ମନ୍ତ୍ରୀ। ଏହାସହ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସଫଳ କର୍ମଚାରୀ ମାନଙ୍କୁ ଅର୍ଥ ରାଶି ସହ  ପ୍ରମାଣ ପତ୍ର ପ୍ରଦାନ କରାଯିବ। ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ପ୍ରତିଷ୍ଠା ଦିବସ ବାତିଲ କରାଯାଇଥିଲା।

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories