www.samajalive.in
Saturday, December 6, 2025
26.1 C
Bhubaneswar

ଜନବସତି ନିକଟରେ ପଥର ବ୍ଲାଷ୍ଟିଂକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝରଗଡ଼: ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୨୦ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଥିବା ଠିକା ସଂସ୍ଥା ଏସ୍‌‌ଆରଏସ୍‌‌ କନଷ୍ଟ୍ରକ୍ସନ ଇନଫ୍ରା ପ୍ରାଇଭେଟ୍‌‌ ଲିମିଟେଡକୁ ଖଣି ବିଭାଗ ପକ୍ଷରୁ ହରିଚନ୍ଦନପୁର ତହସିଲ ଶାଳବେଡା ମୌଜାର ଖାତାନଂ ୧୪୫ ପ୍ଲଟ ନଂ-୨୬୩/୧ରେ ପଥର ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅନୁମତି ପାଇବା ପରେ ଏହି ଠିକା ସଂସ୍ଥା ପକ୍ଷରୁ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରି ଅନୁମତିଠାରୁ ଅଧିକ ପରିମାଣର ପଥର ଉତ୍ତୋଳନ କରି ସାରିଛି। ଦିନରାତି ଡ୍ରିଲିଂ ମେସିନ ସାହାଯ୍ୟରେ ପାହାଡ ଉପରେ ଗର୍ତ୍ତ କରି ବିସ୍ଫୋରଣ ମାଧ୍ୟମରେ ପଥର ଫଟା ଯାଉଥିବାରୁ ଶାଳବେଡା ସମେତ ଘଟଗାଁ ତହସିଲ ଅଧିନ ପଣ୍ଡାପଡ଼ା ଓ ଧରାପଡ଼ା ଗ୍ରାମର ବହୁ ଲୋକଙ୍କ ଘର କାନ୍ଥ ଫାଟି ଥିବାନେଇ ସମ୍ପୃକ୍ତ ୩ ଗ୍ରାମର ଲୋକେ ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସଂସ୍ଥା ପକ୍ଷରୁ ପଥର ଉତ୍ତୋଳନ ସମୟରେ କରାଯାଉଥିବା ବ୍ଲାଷ୍ଟିଂ ଏତେ ଭୟଙ୍କର ଯେ, ଘର କାନ୍ଥ ଫାଟିବା ସହ ପ୍ରଚଣ୍ଡ ଶବ୍ଦ ଯୋଗୁଁଁ କୋମଳମତି ଛାତ୍ରଛାତ୍ରୀ, ଗୃହପାଳିତ ପଶୁ, ବୃଦ୍ଧ ବୃଦ୍ଧା ଭୟଭୀତ ହୋଇପଡ଼ିଥିବା ହରିହର ବେହେରା, ଅମରେଶ ପଣ୍ଡା, ସିପୁନ ସାହୁ, ନାଣ୍ଡୁ ଜୁଆଙ୍ଗ, ଭାବଗ୍ରାହୀ ଜୁଆଙ୍ଗ, ରବି ଜୁଆଙ୍ଗ, ସହଦେବ ଜୁଆଙ୍ଗ, ବିକାଶ ଜୁଆଙ୍ଗ ପ୍ରମୁଖ ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି। ଏଥିସହ ଉପରୋକ୍ତ ଅଭିଯୋଗର ତଦନ୍ତପୂର୍ବକ ଜନବସତି ଅଞ୍ଚଳରେ ପଥର ବ୍ଲାଷ୍ଟିଂକୁ ତୁରନ୍ତ ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories