କଂଗ୍ରେସ ସହିତ ଅଛି ଓ ରହିବି : ମୋକିମ୍
ଡେସ୍କ : କଂଗ୍ରେସରୁ ନିଲମ୍ବିତ ହେବା ପରେ କଟକ -ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ସେମିତି କିଛି କରିନି, ଯେଉଁଥି ପାଇଁ ଜଣେ ସିଟିଂ ବିଧାୟକଙ୍କୁ ନିଲମ୍ବନ କରାଯିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଜାନକୀ-ବସନ୍ତଙ୍କ ସଂପର୍କରେ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲୁ। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ। ଏହାକୁ ଯଦି ଦଳ ବିରୋଧୀ କଥା କୁହାଯିବ ତେବେ କିଛି କହିବାର ନାହିଁ।
ସେହିପରି ନିଲମ୍ବନ ପରେ କଂଗ୍ରେସ ଛାଡ଼ିବା ନେଇ ଶ୍ରୀ ମୋକିମ କହିଛନ୍ତି, ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ। କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୁହିକ ଦଳ। କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି । ମୁଁ କଂଗ୍ରେସ ସହିତ ଅଛି ଓ ଦଳକୁ ସଜବୁତ କରିବା ପାଇଁ କାର୍ଯ୍ୟ କରିବି ।
Comments are closed.