ଆମ୍ବିଳିଝରୀରେ ବନ ମହୋତ୍ସବ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଆମ୍ବିଳିଝରୀ ଗ୍ରାମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍ ଓ ଦିଶୁମ୍ ‘ହୋ’ ସମାଜର ମିଳିତ ଆନୁକୁଲ୍ୟରେ ତଥା ଫାଉଣ୍ଡେସନର ସହସମ୍ପାଦକ କୃଷ୍ଣଚନ୍ଦ୍ର ସାଣ୍ଡିଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଙ୍ଗରାଜପୁର ବନପାଳ ସଂଜୀବ କୁମାର ବୈପାଲ ଓ ଜିଲା ପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ ଅତିଥି ଭାବେ ଯାଗଦେଇ ପରିବେଶ ସୁରକ୍ଷା ଓ ବନୀକରଣ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ବୁଝାଇବା ସହିତ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା। ବୀରବର ପ୍ରଧାନ, ଦମୟନ୍ତୀ ପ୍ରଧାନ, ଶଶୀ ପୁର୍ତ୍ତି, ଲାଣ୍ଡୁ ବଦରା, ଦେବ କୁର୍ଲୀ, ଛବିନ୍ଦ୍ର ନାଏକ, ବାସୁଦେବ ସିଂକୁ, ବୈଜୟନ୍ତୀ ଦେହୁରୀ, ସନାତନ କଳା, ବୈରନ୍ତ ଦେହୁରୀ, ବୀରବର ମୁଣ୍ଡା, ଧୀରେନ୍ ଜେନା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ୨ହଜାରରୁ ଅଧିକ ଚାରା ରୋପଣ କରାଯିବ ବୋଲି ଫାଉଣ୍ଡେସନର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।

Comments are closed.